କୃତୀ ବିଜ୍ଞାନ ଛାତ୍ରୀ ସହଯୋଗ ତରଫରୁ ସମ୍ବର୍ଦ୍ଧିତ

ନିରାକାରପୁର, ୦୮/୬/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ କ୍ଷେତ୍ରବାସୀ ଡି ଏ ଭି କଲେଜ ଛାତ୍ରୀ ପୁଷ୍ପିତା ଚଂପତି ଯୁକ୍ତ ଦୁଇ ବିଜ୍ଞାନରେ ସର୍ବାଧିକ ନମ୍ବର ରଖି ବ୍ଲକରେ ଟପ୍ପର ହୋଇଛନ୍ତି। ତେଣୁ ଆଜି ସହଯୋଗ ପରିବାର ତରଫରୁ ତାଙ୍କୁ ମାନପତ୍ର, ଉତ୍ତରୀୟ ଓ ଉପହାର ,ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସହଯୋଗ ସକ୍ରିୟ ସଭ୍ୟ ତଥା ଶିକ୍ଷକ  ଉମେଶ ଚନ୍ଦ୍ର ମିଶ୍ର , ଶୁଭେଚ୍ଛୁ ମାଧବ ପାଇକରାୟ ଉପସ୍ଥିତ ଥିବାବେଳେ କାର୍ଯ୍ୟକ୍ରମକୁ ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *