ସମୀର ଟିଭିଏସର ୩୦ତମ ବାର୍ଷିକ ଉତ୍ସବରେ ସଡକ ସୁରକ୍ଷା ସଚେତନତା

କେନ୍ଦ୍ରାପଡ଼ା,୨୫/୧୨/୨୦୨୫(ଓଡ଼ିଶା ସମାଚାର)- ଦୁହୁରିଆସ୍ଥିତ ସମୀର ଟିଭିଏସର ୩୦ତମ ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଡକ ସୁରକ୍ଷା ସଚେତନତା ରାଲି ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ନିକଟରୁ ବାହାରି କେନ୍ଦ୍ରାପଡା ସହର ମଧ୍ୟ ଦେଇ ଚାନ୍ଦୋଳ ପର୍ଯ୍ୟନ୍ତ ଯାଇଥିଲା । ରାଲି ଯିବା ବେଳେ ପଥପ୍ରାନ୍ତରେ ‘ହେଲମେଟ ପିନ୍ଧନ୍ତୁ ଜୀବନ ବଂଚାନ୍ତୁ’ ସ୍ଳୋଗାନ ଦେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ ।

ଏହି ରାଲିକୁ ଆଂଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ଶ୍ରୀକାନ୍ତ ଟୁଡୁ ଶୁଭ ଉଦଘାଟନ କରିଥିଲେ । ଏଥିସହିତ ଗ୍ରାହକମାନଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସମୀର ଟିଭିଏସର ନିର୍ଦେଶକ ସମୀର କୁମାର ଚାନ୍ଦ ଯୋଗଦେଇ ଦୁଇଚକିଆ ଯାନ ଚଳାଇବା ବେଳେ ସର୍ବଦା ହେଲମେଟ ପିନ୍ଧିବାକୁ ପରାମର୍ଶ ଦେଇଥିଲେ ।

ଶେଷରେ ସମୀର ମୋଟର ଇଭେଂଟରେ ଲକି ଗ୍ରାହକ ରମେଶ କୁମାର ସ୍ୱାଇଁଙ୍କୁ ଉପହାର ସ୍ୱରୂପ ଏକ ଏଲଇଡି ଟିଭି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଜେନେରାଲ ମ୍ୟାନେଜର ଲକ୍ଷ୍ମୀକାନ୍ତ ବେହେରା, ଅନିଜା ଜେନା, କ୍ଷିତିଶ କୁମାର କର, ଶୁଭଶ୍ରୀ ନାୟକ, ଚିରନଜ୍ୟୋତି ନାୟକ, ସଂଗୀତା ଦାସ, ସୀମାରେଖା ସ୍ୱାଇଁ, ପୁଷ୍ପାରାଣୀ ପ୍ରଧାନ, ଅନିଶା ସିଂ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *