ଯାଜପୁର ୧୧/୧୨/୨୦୨୫ (ଓଡ଼ିଶା ସମାଚାର)- ବରୀ ବ୍ଲକ ବିଧାନଚନ୍ଦ୍ର ଏକାଡେମୀ, ବାଲିଆପାଳ ଖେଳ ପଡ଼ିଆ ପରିସରରେ ଛଅ ଦିନ ଧରି ହେବାକୁ ଥିବା ତୃତୀୟ ବରୀ ଲୋକ ମହୋତ୍ସବ ଏବଂ ପୁସ୍ତକ ମେଳା ବୁଧବାର ଠାରୁ ଆରମ୍ଭ ହୋଇଅଛି।
ଉଦ୍ଘାଟନୀ ସନ୍ଧ୍ୟାରେ ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ଯୋଗ ଦେଇ ପ୍ରଥମ ସନ୍ଧ୍ୟାର ମଞ୍ଚ ବିଶ୍ୱ ପ୍ରସିଦ୍ଧ ରତ୍ନଗିରି ମଞ୍ଚ କୁ ଉଦ୍ଘାଟନ କରିଥିଲେ। ଏହି ସମୟରେ ପୂର୍ବତନ ସାଂସଦ, ସମ୍ବାଦ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବରୀ ବିଡିଓ ଅସିତ କୁମାର ମହାନ୍ତି, ତହସିଲଦାର ଦିପ୍ତିମୟୀ ବେହେରା, ସମସ୍ତ ଜିଲ୍ଲା ପରିଷଦ, ବ୍ଲକ ଉପାଧକ୍ଷା, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ମଞ୍ଚର ପ୍ରତିଭା ମଣ୍ଡନ କରିଥିଲେ।
ଆଗାମୀ ସୋମବାର ପର୍ଯ୍ୟନ୍ତ ଏହି ମେଳା ଚାଲୁ ରହିବ ଓ ପ୍ରତି ସନ୍ଧ୍ୟାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳବାସୀ ଙ୍କୁ ବେଶ ଉପଭୋଗ ଦେଇପାରିବ ବୋଲି ଅନୁଷ୍ଠାନ ସଭାପତି ଡାକ୍ତର ରାଜକିଶୋର ପଣ୍ଡା କହିଛନ୍ତି, ସମସ୍ତ ଙ୍କ ସହଯୋଗ ରହିଲେ ଏହି ଅନୁଷ୍ଠାନ ସମଗ୍ର ପ୍ରଦେଶରେ ବେଶ ନା କରିବା ସହ ବରୀ ମାଟିର ଟେକ ରଖିବ ବୋଲି ଡାକ୍ତର ପଣ୍ଡା ମତବ୍ୟକ୍ତ କରିଛନ୍ତି।
