କଟକ ସଦର,୦୮/୬/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦରର ୧୫ ବର୍ଷର ବିଜେଡ଼ି ଗଡକୁ ଭାଙ୍ଗି ଚୁରମାର କରି ନୂଆକରି ରାଜନୀତି ରେ ପାଦ ଥାପିଥିବା ବିଜେପିର ଯୁବ ସଂଗଠକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ବିଧାୟକ ହେବା ପରେ ସମୀକରଣ ବଦଳିବାରେ ଲାଗିଛି। ଦୀର୍ଘ ବର୍ଷ ଧରି ବିଜେଡ଼ିର ଛତ୍ରଛାୟା ତଳେ ରହି ଏଜେଣ୍ଟ ସାଜି ଅନେକ ଡିଲର ଅନିୟମିତତାରେ ଲିପ୍ତ ଥିବା ଅଭିଯୋଗ ହୋଇ ଆସୁଥିଲେ ବି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା। ଏଵେ ଦଳ ଓ ବିଧାୟକ ବଦଳିବା ପରେ ସେମାନଙ୍କ ମଧ୍ୟରେ ଛନକା ପଶିଯାଇଛି। ସେହିପରି ବିଜେଡିର ଠିକାଦାର ନେତାମାନେ ତ୍ରାହି ତ୍ରାହି ଡାକିଲେଣି। ଏକେତ ସେମାନଙ୍କ ନାମରେ କାର୍ଯ୍ୟାଦେଶ ନଥିଲା , ଥିଲା ବିଭାଗ ନାଁ ରେ । ଯାହାକୁ ଏଵେ ନୂଆ ବିଧାୟକ ବନ୍ଦ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି। ଯାହାଫଳରେ ଠିକାଦାର ନେତାମାନେ ସେମାନଙ୍କର ବିଲ୍ ପାଇବା ଓ ଅସମ୍ପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ପ୍ରତିବନ୍ଧକ ସୃଷ୍ଠି ହେବା ସମ୍ଭାବନା ଦେଖାଯାଇଛି। ଏଥିରୁ ବର୍ତ୍ତିବାକୁ କେତେକ ସମ୍ବର୍ଦ୍ଧନା ଜଣାଇଵା ଆଳରେ ବିଧାୟକଙ୍କ ନିକଟକୁ ଯିବାକୁ ସଜବାଜ ହେଉଥିବା ବେଳେ ଆଉ କେତେକ ଲୁଚି ଛପି ଦେଖାକରି ଯାଉଥିବା ଚର୍ଚ୍ଚା ହେଉଛି। ଆଗାମୀ ଦିନରେ କେଉଁ ପାଣି କେଉଁ ଆଡକୁ ଯାଉଛି ତାକୁ କେବଳ ଦେଖିବାକୁ ବାକି ରହିଲା ।
କଟକ ସଦର: ବିଧାୟକ ବଦଳିବା ପରେ ଠିକାଦାର ଓ ଡିଲରଙ୍କ ମଧ୍ୟରେ ଛନକା !
