ବିଜେଡି ହାରିଲା କଂଗ୍ରେସ ଜିତିଲା

ଲକ୍ଷ୍ମୀପୁର, ୦୫/୬/୨୦୨୪ (ଓଡ଼ିଶା ସମାଚାର/ପ୍ରମୋଦ ଜେନା)- କଂଗ୍ରେସ ଦଳ ଅଧୀନରେ ଥିବା କୋରାପୁଟ ଜିଲ୍ଲା ପୁଣି ଥରେ ତାର ପୂର୍ବ ପରିସ୍ଥିତିକୁ ଫେରିଛି।ଏଠି ବିଜେଡିର ପ୍ରଭୁ ଜାନୀଙ୍କୁ ବହୁ ମାତ୍ରାରେ ପଛରେ ପକାଇ କଂଗ୍ରେସ ଦଳର ପବିତ୍ର ସାଉନ୍ତା ବିଜୟୀ ହୋଇଛନ୍ତି।ଏନେଇ କଂଗ୍ରେସ ଦଳରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ପଵିତ୍ରଙ୍କ ଘର ଆଗରେ କର୍ମୀଙ୍କ ଗହଳି ଲାଗିରହିଥିବା ଦେଖିବାକୁ ମିଳିଛି।

ଅବିଭକ୍ତ କୋରାପୁଟ ଜିଲ୍ଲା ରେ ଟିକେଟ ବଣ୍ଟନ ରେ ପାତର ଅନ୍ତର ହେଇଥିବାରୁ ବିଜେଡ଼ି ଦଳର ପୁରା ସମାପ୍ତ ଘଟିଛି। ଏଠି ସବୁଠୁ ଅଧିକ କଂଗ୍ରେସ ଦଳ ବିଧାୟକ ପଦବୀ ହାତେଇଥିବା ବେଳେ ବିଜେପି ଦଳ ପ୍ରଥମ କରି କୋରାପୁଟରେ ଦୁଇଟି ଆସନ ଆଖ୍ତିଆର କରି ନିଜର ଦବ ଦବା ଜାହିର କରିଛି।ଏଠି ଗତ ଥର ବିଜେଡିର ପ୍ରଭୂଜାନି କୋରାପୁଟ ଜିଲ୍ଲାପାଳକଙ୍କ କୁଚକ୍ରାନ୍ତରେ ୨୯୯ ଭୋଟରେ କଂଗ୍ରେସ ଦଳର କୈଳାସ କୁଲେସିକା ଙ୍କୁ ପରାସ୍ତ କରି ଜିତି ଯାଇଥିଲେ।ହେଲେ ଏବେ ସିଏ ଭଗବାନଙ୍କ କୁଚକ୍ରାନ୍ତରେ ପଡ଼ି କଂଗ୍ରେସ ଦଳଠୁ ହିଁ ୨୧ ହଜାର ଭୋଟରେ ହାରିଲେ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।ଏଠି ଆଉ ନବୀନ ବାବୁ,ପାଣ୍ଡିଆନ ଓ ବବି ଦାସ ର ମନ୍ତ୍ର କାମ ଦେଲାନି।ଏଠି ଏମାନଙ୍କ ଚମଚା ଙ୍କ ପାୱାର ମଧ୍ୟ କମ ନୁହଁ।ସାରା କୋରାପୁଟ ଜିଲ୍ଲାକୁ ନିଜର ଜଗୀର ବୋଲି ଭାବୁଥିଲେ।କିନ୍ତୁ ସବୁ କିଛି ଓଲଟା ପଡ଼ିଗଲା।ବିଜେଡ଼ି ଏଠି ପୁରା ଧୋଇ ଗଲା । କୋରାପୁଟିଆ ଙ୍କୁ ଭୁଆଁ ବୁଲାଇବାକୁ ଯେତେ ଚେଷ୍ଟା କଲେ କଣ ହେବ ସବୁଥିରେ ପାଣି ଫାଟିଗଲା।ଏଠାକାର କିଛି କୁଜି ନେତା ନିଜକୁ ନିବିନ ପଟ୍ଟନାୟକ ଭାବୁଥିଲେ।ହେଲେ ସେମାନଙ୍କ ସ୍ବପ୍ନ ସ୍ୱପ୍ନରେ ରହିଗଲା ବୋଲି ଲୋକେ କହୁଛନ୍ତି।ଏଠି ୨୦୧୪ ମସିହା ରେ କଂଗ୍ରେସ ଦଳର କୈଳାସ କୁଲେସିକା ୫୩ ହଜାର ୪୨୯ ଭୋଟ ପାଇ ଜୟଯୁକ୍ତ ହୋଇଥିବା ବେଳେ ୨୦୧୯ ରେ ପ୍ରଭୁ ଜାନୀ ୪୫ ହଜାର ୨୧୧ ଭୋଟ ପାଇ ବିଜୟୀ ହୋଇଥିଲେ।କୈଳାସ ଓ ପ୍ରଭୁଙ୍କ ଭୋଟ ବ୍ୟବଧାନ ମାତ୍ର ୮୨୧୮ ରହିଥିଲା।ତାହା ପରେ କୋରାପୁଟ ର ତତ୍କାଳିନ ଜିଲ୍ଲାପାଳଙ୍କ ଷଡ଼ଯନ୍ତ୍ର କ୍ରମେ ୨୦୧୯ ରେ ବିଜେଡ଼ି ଦଳର ପ୍ରଭୁ ଜାନୀ ୪୫୨୧୧ ଓ କଂଗ୍ରେସ ଦଳର କୈଳାସ କୁଲେସିକା ୪୪୯୮୨ ପାଇଥିଲା ବେଳେ ମାତ୍ର ୨୨୯ ଖଣ୍ଡ ଭୋଟ ରେ ପରାଜୟ ବାହନ କରିଥିଲେ।କିନ୍ତୁ ଚଳିତ ନିର୍ବାଚନରେ କଂଗ୍ରେସ ର ପବିତ୍ର ସାଉନ୍ତା ୫୯ହଜାର ୪୭୪ ଭୋଟ ପାଇଥିବା ବେଳେ ବିଜେଡିର ପ୍ରଭୁ ଜାନୀ ୩୮ ହଜାର ୧୮୫ ଭୋଟ ପାଇଛନ୍ତି।ଭୋଟ ବ୍ୟବଧାନ ଗତ ଥର ଠୁ ଢେର୍ ଅଧିକ ୨୧ ହଜାର ୨୬୨ ରହିଥିବା ବେଳେ ଏଠି ପ୍ରଭୁ ଜନିଙ୍କୁ ଜମାରୁ କେହି ପସନ୍ଦ କରୁନଥିବା ଜଣା ପଡ଼ିଛି।ଅପର ପଟେ ବିଜେଡ଼ି ଦଳର ୫ଟି ସଚିବ ଭି.କେ ପାଣ୍ଡିଆଙ୍କ ବିଜେଡ଼ି ଦଳକୁ ହରାଇବାର ଜଥେଷ୍ଠ ଭୂମିକା ରହିଥିବା ସାଧାରଣରେ ଚର୍ଚା ଜୋର୍ ଧରିଛି।କାରଣ ଟିକେଟ ବଣ୍ଟନରେ ଭିତିରିଆ ହରଫେର୍ ଏବେ ପଦାକୁ ଆସିଛି।ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ପ୍ରଭୁ ଜାନୀଙ୍କୁ ବିରୋଧ ସତ୍ତ୍ଵେ ତାଙ୍କୁ ଟିକେଟ ଦେବା ବିଜେଡ଼ି ଦଳକୁ ବେଶୀ ମାହାଙ୍ଗା ପଡ଼ିଛି।ଖାଲି ସେତିକି ନୁହଁ ପ୍ରଭୁଙ୍କୁ ଟିକେଟ ଦେବାରୁ ସାଂସଦ ଓ ବିଧାୟକ ପଦବୀ ଦଳ ହରାଇଲା ବୋଲି ବୁଦ୍ଧିଜୀବୀଙ୍କ  ମହଲରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *