ଜଗତସିଂହପୁର, ୨୨/୦୭/୨୦୨୬ (ଓଡ଼ିଶା ସମାଚାର)- ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ ଗତକାଲି ଠାରୁ ଜଗତସିଂହପୁର ଜିଲ୍ଲା ଗସ୍ତ ରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ପ୍ରକଲ୍ପ ର ସମୀକ୍ଷା କରୁଛନ୍ତି। ଆଜି ତାଙ୍କ ଗସ୍ତ ର ଦ୍ୱିତୀୟ ଦିନରେ ପ୍ରଥମେ ଗାନ୍ଧି ଛକ ସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ।

ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଓ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲେ ଉପସ୍ଥିତ ଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କେଶବ ମେହେର, ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ମଧୁସ୍ମିତା ପତି, ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସହ ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ, ସ୍ମାର୍ଟ କ୍ଲାସ, ଇ ଲାଇବ୍ରେରୀ, ଶିକ୍ଷକ ଛାତ୍ର ଅନୁପାତ ଆଦି ବିଶେଷ ଦିଗ ଉପରେ ଆଲୋଚନା କରିଥିଲେ। ସ୍ବଚ୍ଛତା, ଛାତ୍ରଛାତ୍ରୀ ଙ୍କ ନିରାପତ୍ତା, ଶୌଚାଳୟ, ପାନୀୟଜଳ ଭଳି ଅତ୍ୟାବଶ୍ୟକ ସୁବିଧା ଯୋଗାଇବା ଦିଗରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଓ ସ୍ଥିତି ବିଷୟରେ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରିଥିଲେ। ପରେ ତିର୍ତ୍ତୋଲ ତରଜଙ୍ଗା ପଞ୍ଚାୟତ ର ବଫାପୁର ଅଙ୍ଗନୱାଡି ପରିଦର୍ଶନ କରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ ସହ ସୁବିଧା ଅସୁବିଧା ର ସମୀକ୍ଷା କରିବା ସହ କୁନି କୁନି ପିଲା ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।

ସେଠାରୁ ପାରାଦ୍ଵୀପ ଅଭିମୁଖେ ଯାଇ ଭୂତମୁଣ୍ଡାଇ ଟ୍ରକ ଟର୍ମିନାଲ ନିର୍ମାଣ ର ଅଗ୍ରଗତି ସମ୍ପର୍କରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦୀପକ କୁମାର ସେଠୀ ଙ୍କ ଆଲୋଚନା କରିଥିଲେ। ଯଥାଶୀଘ୍ର କାମ ଆରମ୍ଭ ପାଇଁ ପରାମର୍ଶ ଦେଇଥିଲେ। ଏହାପରେ IOCL ଶିଳ୍ପାନୁଷ୍ଠାନ କୁ ଯାଇ କାର୍ଯ୍ୟକାରିତା ର ସମୀକ୍ଷା କରିଥିଲେ।ପରେ ପାରାଦ୍ଵୀପ ମାଛଧରା ବନ୍ଦର ପରିଦର୍ଶନ କରି ସରକାର ଙ୍କ ପ୍ରଦତ୍ତ ଯୋଜନା ମତ୍ସ୍ୟଜୀବୀ ମାନଙ୍କ ପାଖରେ ସଠିକ୍ ଭାବରେ ପହଞ୍ଚି ପାରୁଛି କି ନାହିଁ, ସେମାନଙ୍କ ଲାଇଫ ସପୋର୍ଟ ପାଇଁ କଣ ସବୁ ସୁବିଧା ରହିଛି ତାହା ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଅଜୟ ବସ୍ତିଆ ଙ୍କ ନିକଟରୁ ପଚାରି ବୁଝିବା ସହ ଜିଲ୍ଲା ରେ କୋଲଡ ଷ୍ଟୋରେଜ, ପ୍ରୋସେସିଙ୍ଗ ୟୁନିଟ୍ ନିର୍ମାଣ ପାଇଁ ଉପଦେଶ ଦେଇଥିଲେ। ଏଥିସହିତ ପାରାଦ୍ଵୀପ ପ୍ରସ୍ତାବିତ ବ୍ଲୁ ଫ୍ଲାଗ ବିଚ୍ ପରିଦର୍ଶନ କରି ଏହାର କାର୍ଯ୍ୟକାରିତା ର ଅଗ୍ରଗତି ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେବାସହ ପରେ ଢିଙ୍କିଆ ସ୍ଥିତ JSW ପ୍ଲାଣ୍ଟ ପରିଦର୍ଶନ କରିଥିଲେ।
ଏହି ଗସ୍ତ ସମୟରେ ସଚିବ ଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଂଜନ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲେ, ନିର୍ବାହୀ ଅଧିକାରୀ ପାରାଦ୍ଵୀପ ପୌର ପରିଷଦ, ଶ୍ରୀ ଅଭିଷେକ ପଣ୍ଡା, ତିର୍ତ୍ତୋଲ ବିଡିଓ ଗିରିଜା ଶଙ୍କର ମଲ୍ଲିକ,କୁଜଙ୍ଗ ବିଡ଼ିଓ ସ୍ବରୂପ ନନ୍ଦନ ବେହେରା, ଅଧୀକ୍ଷଣ ଯନ୍ତ୍ରୀ RWSS ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା କାଲି ପାରାଦ୍ଵୀପ ପୋର୍ଟ ପରିଦର୍ଶନ ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ ଜିଲ୍ଲା ର ଉନ୍ନତି ମୂଳକ କାର୍ଯ୍ୟ ର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
