ଜନ ପଦ କବିତା ଆସର ଓ ଆଲୋଚନା ଚକ୍ର

ଆଦିବାସୀ ଗାଆଁ ରେ ସାରାଦିନ ଜମିଲା ସାରସ୍ଵତ ମହୋତ୍ସବ – – ଜୁନାଗଡ଼ ସାହିତ୍ୟ ସଂସ୍କୃତି ସଂସଦ ର ନିଆରା କାର୍ଯ୍ୟକ୍ରମ

ଭବାନୀପାଟଣା, ୦୨/୬/୨୦୨୪ (ଓଡ଼ିଶା ସମାଚାର/ ରାକେଶ ବେମାଲ):- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ରେ ଥିବା ଜୁନାଗଡ଼ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷ ରୁ ଆଦିବାସୀ ଗାଆଁ ଜାକମ୍ ଠାରେ ସାରା ଦିବସ ବ୍ୟାପୀ ଜନପଦ କବିତା ଆସର ଓ ଆଲୋଚନା ଚକ୍ର ମହା ସମାରୋହ ରେ ପାଳିତ ହୋଇ ଯାଇଛି। ଏହି ଅବସର ରେ ଅତିଥି ମାନେ ଜୁନାଗଡ଼ ସାହିତ୍ୟ ସଂସ୍କୃତି ସଂସଦ ର ଏହା ଏକ ନିଆରା ତଥା ଅନନ୍ୟ କାର୍ଯ୍ୟକ୍ରମ ବୋଲି ମତବ୍ୟକ୍ତ କରିଥିଲେ।  ଡହ ଡହ ଖରାରେ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ସେଠି କବିଟିଏ  ତାକୂ ଭୃକ୍ଷେପ ନ କରି କବିତା ପଢିବା ପାଇଁ ପହଞ୍ଚି ଯିବା କମ୍ ସାହାସିକତା ନୁହେଁ ବୋଲି ମତ ପ୍ରକାଶ କରିଥିଲେ।  କବି ସୁଧୀର ମେହେର ଙ୍କ ଅଧ୍ୟକ୍ଷତା ରେ  ଅନୁଷ୍ଠିତ ପ୍ରଥମ ଅଧିବେଶନ ରେ ମୁଖ୍ୟ ଅତିଥି ନଗରପାଳ ଜୁନାଗଡ ଏନ.ଏ.ସି ମୁକେଶ କୁମାର ଅଗ୍ରୱାଲ ,ମୁଖ୍ୟ ବକ୍ତା ଅଧ୍ୟାପକ , ନାଟ୍ୟକାର ତଥା ଗବେଷକ ପରମେଶ୍ବର ମୁଣ୍ଡ,ସମ୍ମାନୀତ ବକ୍ତା ବିଶିଷ୍ଟ କବି ,ନାଟ୍ୟକାର  ବିରଞ୍ଚିନାରାୟଣ ମୁଣ୍ଡ,ସମ୍ମାନିତ ଅତିଥି – କର୍ତ୍ତବ୍ୟ ଅନୁଷ୍ଠାନ ର ମୁଖ୍ୟ ଅଶୋକ ପଟ୍ଟନାୟକ,ସମ୍ମାନିତ ଅତିଥି – ସମାଜସେବୀ ଶିବ ରାମ  ନାୟକ ଯୋଗ ଦେଇଥିବା ବେଳେ ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ  ମୋନାଲିସା ସାହୁ କରିଥିଲେ । କବି ହେମନ୍ତ ସାହୁ ମଞ୍ଚ ପରିଚାଳନା ଓ ବନଶ୍ରୀ ଦାଶ କବିତା ସଂଯୋଜନା କରିଥିଲେ। କବିତା ପାଠ ର ଆରମ୍ଭରେ ଜନ ପଦ ଜାକମ ଗାଁ ର ଫୁଲେ ମାଝୀ, ଗୁରୁବାରୀ ମାଝୀ, ଡୁମ୍ୱେ ମାଝୀ, ଦୃପତି ମାଝୀ ଆଦିବାସୀ ଗୀତ ପରିବେଷଣ କରିଥିଲେ । ଜିଲ୍ଲା ର ବିଭିନ୍ନ ପ୍ରାନ୍ତ ରୁ ସତୁରୀ ରୁ ଅଧିକ କବି କବିତା ପାଠ କରିଥିଲେ । ଚନ୍ଦ୍ର ଶେଖର ସିଂ ଧନ୍ୟବାଦ୍ ଅର୍ପଣ  କରିଥିଲେ । ଏହାପରେ ଜାକମ ଗ୍ରାମବାସୀ ଙ୍କ ସହ ମଧ୍ୟାହ୍ନ ଭୋଜନ ହୋଇଥିଲା ।  ସଭାପତି ଅଜୟ କୁମାର ଦାଶ ଙ୍କ ଅଧ୍ୟକ୍ଷତା ରେ ଦ୍ଵିତୀୟ ଅଧିବେଶନ ରେ ମୁଖ୍ୟ ଅତିଥି ଅଧ୍ୟାପକ ରାଜେଶ କୁମାର ମୁଣ୍ଡ, ମୁଖ୍ୟ ବକ୍ତା ମନୋଜ କୁମାର ମହାନ୍ତି ( ବିଶିଷ୍ଟ ଗାଳ୍ପିକ),ସମ୍ମାନୀତ ଅତିଥି, ଡିଲେଶ୍ୱର ରଣା,( କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକ),ସମ୍ମାନିତ ଅତିଥି – ନେପାଳ ଚନ୍ଦ୍ର ବାଗ ,(ବରିଷ୍ଠ ଶିକ୍ଷକ ଓ ବିଶିଷ୍ଟ କବି),ସମ୍ମାନିତ ଅତିଥି – ପଲ୍ଲବୀ ଦାସ ,(ବିଶିଷ୍ଟ କବୟିତ୍ରୀ) ,ସମ୍ମାନିତ ଅତିଥି –  ଐଶ୍ୱର୍ଯ୍ୟା ପ୍ରଧାନ (ବିଶିଷ୍ଟ କବୟିତ୍ରୀ) ଯୋଗ ଦେଇ ଥିବା ବେଳେ କବି ହେମନ୍ତ ସାହୁ କବିତା ସଂଯୋଜନା ଓ ମଞ୍ଚ ପରିଚାଳନା କରିଥିଲେ । ସଭାପତି  ଅଜୟ କୁମାର ଦାସ (ବିଶିଷ୍ଟ ସମାଜ ସେବୀ ଓ ସାହିତ୍ୟିକ) ନିଜର ବକ୍ତବ୍ୟ ରଖି ଥିଲେ । ନବଘନ ସାହୁ ,(ସଂସଦ ସଦସ୍ୟ ଓ କବି) ଧନ୍ୟବାଦ୍ ଅର୍ପଣ  କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରେମଲାଲ ବାଗ , ଦୀନେଶ ମେହେର,ମନୋଜ ମେହେର ,ଭାଗିରଥି ସାଗର,ବେଣୁଧର ବାଗ ,ଦୟାନିଧି ବାଣୁଆ, ରୁଦ୍ର ନାଏକ ପ୍ରମୁଖ  ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *