କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ୬୨.୨ ପ୍ରତିଶତ ମତଦାନ

କେନ୍ଦ୍ରାପଡ଼ା, ୦୧/୬/୨୦୨୪ (ଓଡ଼ିଶା ସମାଚାର)- ରିପୋର୍ଟ ଅନୁଯାୟୀ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ପ୍ରାୟ ୬୨.୨ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ମୁଖ୍ୟତଃ ହେଭିୱେଟ ନେତା ଅଂଶୁମାନ ଓ ବୈଜୟନ୍ତଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦୀତା ହେଉଛି । କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା ଓ ବିଜେପି ବିଧାୟକ ପ୍ରାର୍ଥୀ ଗିତାଞ୍ଜଳୀ ସେଠୀଙ୍କ ମଧ୍ୟରେ ହେଉଥିବା ବେଳେ ଆଳିରେ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ସହିତ କଂଗ୍ରେସ ବିଧାୟକ ପ୍ରାର୍ଥୀ ଡା. ଦେବସ୍ମୀତା ଶର୍ମାଙ୍କ ମଧ୍ୟରେ କଡ୍ଡା ଟକ୍କର ହେଉଛି । ରାଜନଗର ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ଧ୍ରୁବ ଚରଣ ସାହୁଙ୍କ ସହିତ ବିଜେପି ପ୍ରାର୍ଥୀ ଲଳିତ ବେହେରା ଓ କଂଗ୍ରେସ ପ୍ରାର୍ଥୀ ଅଶୋକ ପ୍ରତିହାରୀଙ୍କ ତ୍ରିମୂଖୀ ପ୍ରତିଦ୍ୱନ୍ଦୀତା ହେଉଛି । ମହାକାଳପଡାରେ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କ ସହିତ ବିଜେପିର ଡ. ଦୁର୍ଗା ପ୍ରସନ୍ନ ନାୟକଙ୍କର କଡ୍ଡା ଟକ୍କର ହେଉଥିବା ବେଳେ ପାଟକୁରାରେ ବିଜେଡି ବିଧାୟକ ପ୍ରାର୍ଥୀ ତଥା ବିଜୟ ନନ୍ଦନ ଅରବିନ୍ଦ ମହାପାତ୍ରଙ୍କ ସହ କଂଗ୍ରେସ ପ୍ରାର୍ଥୀ ରତିକାନ୍ତ କାନୁନଗୋ ଓ ବିଜେପି ପ୍ରାର୍ଥୀ ତେଜେଶ୍ୱର ପରିଡାଙ୍କର ତ୍ରିମୂଖୀ ପ୍ରତିଦ୍ୱନ୍ଦୀତା ହେଉଛି । ଆଜି ସମସ୍ତ ପ୍ରାର୍ଥୀମାନଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି । ଆଳି ବିଧାନସଭା କ୍ଷେତ୍ରରେ ୬୦.୧୪ପ୍ରତିଶତ ମତଦାନ ହୋଇଥିବା ବେଳେ କେନ୍ଦ୍ରାପଡାରେ ୫୮.୬୦ ପ୍ରତିଶତ, ମହାକାଳପଡାରେ ୬୧ପ୍ରତିଶତ, ପାଟକୁରାରେ ୬୦.୧୪ ପ୍ରତିଶତ, ରାଜନଗରରେ ୫୯.୪୭ପ୍ରତିଶତ, ମାହାଙ୍ଗାରେ ୬୭.୬୦ ପ୍ରତିଶତ ଓ ସାଲେପୁର ବିଧାନସଭା କ୍ଷେତ୍ରରେ ୬୬.୮୦ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଆସନ୍ତା ୪ତାରିଖରେ ଇଭିଏମ ମେସିନରୁ ଭୋଟ ଗଣତି ପରେ ସମସ୍ତ ପ୍ରାର୍ଥୀମାନଙ୍କ ଭାଗ୍ୟର ଫଳାଫଳ ଜଣାପଡିବ ।

Leave a Reply

Your email address will not be published. Required fields are marked *