ତପ ଓ ତୋପର ସୃଷ୍ଟିସ୍ଥଳ ଭାରତ ମାଟି – ବାବା ବଳିଆ

ଗରଦପୁର, ୧୪/୦୫/୨୦୨୪ (ଓଡ଼ିଶା ସମାଚାର)-ଅରିଲେସ୍ଥିତ ଶିଶୁ ଅନନ୍ତ ଙ୍କ ପିଠ ସ୍ଥଳିରେ ଆୟୋଜିତ ୫୫ତମ ବାର୍ଷିକ ଚତୁର୍ଦଶୀ ମେଳା ଅବସରରେ ଗୋରେଖ ବଟ ସମ୍ମୁଖରେ ଯଜେ୍ଞଶ୍ୱର ମୂର୍ତି ପ୍ରତିଷ୍ଠା ହୋଇଯାଇଛି । ଏହି ଅବସରରେ ନାଥ ଧର୍ମର ଉଦଭବ ଓ ବିକାଶ ସମ୍ବନ୍ଧିତ ଏକ ଆଲୋଚନା ଚକ୍ର ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀକୁ ଉଦଘାଟନ କରି ପଦ୍ମଶ୍ରୀ ବାବା ବଳିଆ କହିଲେ ଯେ ଭାରତ ବର୍ଷ ସମଗ୍ର ବିଶ୍ୱରେ ଜ୍ଞାନ ଭୂମି ଅଟେ । ସାଧୁ ସନ୍ଥ ମାନଙ୍କର ସାଧନା ଦ୍ୱାରା ବିଶ୍ୱ ଆଜି ସାହିତ୍ୟ, ବିଜ୍ଞାନ, ଦର୍ଶନ ଓ ଚିକିତ୍ସା ଆଦିର ମାର୍ଗ ପ୍ରାପ୍ତ ହୋଇଅଛି । ତପ ଓ ତୋପ , ଏ ଉଭୟର ସୃଷ୍ଟିି ସ୍ଥଳି ହେଉଛି ଭରତ ମାଟି । ଅନେକ ଧର୍ମ ସମ୍ପ୍ରଦାୟ ଆଦି ଭାରତିୟ ଶାସ୍ତ୍ରର କଥା ଓ ଆଦର୍ଶକୁ ନେଇ ଆଜି ଅନେକ ପ୍ରକାର ରେ ସୃଷ୍ଟି ହୋଇଅଛି । ଏଥିରେ ମୁଖ୍ୟ ବକ୍ତା ଭାବେ ଡ଼ ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ଯୋଗଦେଇ ନାଥ ଧର୍ମର ଉଦଭବ ଓ ବିକାଶ ସହ ଓଡ଼ିଶା ଭୂମିରେ ସିଦ୍ଧ ପୁରୁଷ ଗୋରେଖନାଥ ଙ୍କ ଲୀଳା ତଥା ଶିକ୍ଷା କିପରି ଥିଲା , ସେ ସମ୍ବନ୍ଧରେ ତାତ୍ୱିକ ଆଲୋଚନା କରିଥିଲେ । ଏଥିରେ ସମ୍ମାନୀତ ବକ୍ତା ଭାବେ ଗାୟକ ଭୁଷଣ ଗୋପବନ୍ଧୁ ନାଥ ଯୋଗଦେଇ ନାଥ ଧର୍ମର ସାଧକ ମାନଙ୍କ ଜୀବନୀ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲାର ବିଭିନ୍ନ ଅଂଚଳରୁ ନାଥ ସମ୍ପ୍ରଦାୟର ଅନୁଗାମି ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *