ସଞ୍ଜିବନୀ ସେଵା ଫାଉଣ୍ଡେସନ ପକ୍ଷରୁ ଛବିଳ ମଧୁ ବର୍ଣ୍ଣବୋଧ ବଣ୍ଟନ ।

କଟକ, ୦୧/୬/୨୦୨୪ (ଓଡ଼ିଶା ସମାଚାର) : ଓଡ଼ିଆ ଭାଷାର ଉନ୍ନତି ଏବଂ ଏହାର ଶବ୍ଦ କୋଷ ସମ୍ପର୍କରେ ଜାଣିବା ନେଇ ସାମାଜିକ ସଂଗଠନ ସଞ୍ଜିବନୀ ସେଵା ଫାଉଣ୍ଡେସନ ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲକ ଗଣେଶପୁର ବସ୍ତି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ବଣ୍ଟନ କରାଯାଇଛି । ଉକ୍ତ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ସଂଗଠନର ସଭାପତି ସୌମ୍ୟ ରଞ୍ଜନ ଭୂୟାଁ,ସମ୍ପାଦକ ବିକ୍ରମ କେଶରୀ ନାଥ,ସଦସ୍ୟା ଶୁଭଶ୍ରୀ ମହାପାତ୍ର,ତୃପ୍ତିମୟୀ ସାହୁ, ଦେବକୀ ବରାଳ ଉପସ୍ଥିତ ରହି ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତକ ସହ ଟିଫିନ ବଣ୍ଟନ କରିଥିଲେ ।

Leave a Reply

Your email address will not be published. Required fields are marked *