କେନ୍ଦ୍ରାପଡ଼ା, ୦୨/୦୭/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ପକ୍ଷରୁ ସଭାପତି ପ୍ରଫେସର ଦୁର୍ଯେ୍ୟାଧନ ପରିଡାଙ୍କ ପରାମର୍ଶ କ୍ରମେ ସଂସଦର ଉପସଭାପତି ଡ. ପ୍ରଦୀପ୍ତ କିଶୋର ଦାଶ, ସମ୍ପାଦକ ଡ. ପ୍ରମୋଦ କୁମାର ଦାସ, ସଦସ୍ୟ ଡ. ରତ୍ନମଞ୍ଜରୀ ଦାସ ଏବଂ ରଞ୍ଜିତ କୁମାର ଦାସ ପ୍ରମୁଖ ପୂର୍ବତନ ଅଧ୍ୟକ୍ଷ ଡ. ସଞ୍ଜୀବ କୁମାର ମହାନ୍ତିଙ୍କୁ ପୁଷ୍ପଗୁଛ ପ୍ରଦାନ କରି ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ବେଳେ ନବ ନିଯୁକ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ଶାନ୍ତନୁ କୁମାର ଜେନାଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ ।
ଏଥିସହିତ ପୁରାତନ ଛାତ୍ର ସଂସଦ ପ୍ରଦାନ କରିଥିବା ଏବଂ ଗାନ୍ଧୀଭବନରେ ଥିବା ଗାନ୍ଧିଜୀଙ୍କ ପ୍ରିୟ ଚରଖାକୁ ନୂତନ ଅଧ୍ୟକ୍ଷ ପ୍ରଫେସର ଜେନାଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂସଦର ପ୍ରଥମ ସଭାପତି ତଥା କେନ୍ଦ୍ରାପଡା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା ଉପସ୍ଥିତ ଥିଲେ ।