ନିରାକାରପୁର, ୩୧/୧୨/୨୦୨୩ (ଓଡ଼ିଶା ସମାଚାର)- ସ୍ଥାନୀୟ ବାଲିପାଟପୁର ପଞ୍ଚାୟତରେ ଦୀର୍ଘ ସପ୍ତାହଵ୍ୟାପୀ ଚାଲିଥିବା ମହାବୀର ସ୍ପୋର୍ଟିଂ କ୍ରିକେଟ ଟୁର୍ନାମେଣ୍ଟର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।ଏହି ମ୍ୟାଚରେ ଏମସିଟି କଟକ ଓ ଏମକେସିସି କୁମାରଖାତିଆ ଜଟଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ଏମସିଟିକଟକ ଦଳ ବ୍ୟାଟିଂର ନିଷ୍ପତି ନେଇ ନିର୍ଦ୍ଧାରିତ ୨୦ଓଭରରେ ୧୦ଉଇକେଟ ବିନିମୟ ରେ ୧୫୪ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଏମକେସିସି କୁମାର ଖାତିଆଦଳ ୧୬.୪ବଲ ଖେଳି ୬ ଉଇକେଟ ବିନିମୟରେ ମାତ୍ର ୧୬୦ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇପାରି ଥିଲେ । ଫଳରେ କୁମାରଖାତିଆ ଦଳ ଚଳିତ ବର୍ଷର ବିଜେତା ହୋଇଛି । ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଜୁ ମହିଳା ଜନତା ଦଳର ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଯୋଗଦେଇ ଅଭିଭାଷଣ ଖେଳ ସୁନ୍ଦର ସ୍ୱାସ୍ଥ୍ୟ, ମାନସିକ ସ୍ଥିରତା, ଏକାଗ୍ରତା ଏବଂ ଭାଇଚାରା ଭାବସୃଷ୍ଟି କରିବାସହ ଖେଳ ଓ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ପରେ ଅନୁଷ୍ଠାନ ପକ୍ଷରୁ ଉଭୟ ବିଜେତା ଓ ଉପବିଜେତା ଦଳକୁ ଟ୍ରଫିସହ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ । ସଭାପତି ଗୌରହରୀ ମଲ୍ଲିକ, ଉପସଭାପତି ମାନସ ରଞ୍ଜନ ମଲ୍ଲିକ, ସହଯୋଗ କରିଥିଲେ ସୁରେନ୍ଦ୍ର ବେହେରା ଏବଂ ଶିବ ସୁରେନ୍ଦ୍ର ମଲ୍ଲିକ କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଖେଳ ପରିଚାଳନା ରେ ସହଯୋଗ କରିଥିଲେ । ସମୀର ରଞ୍ଜନ ମଲ୍ଲିକ ଏବଂ ଅଜୟ ଜେନା ଖେଳକୁ ପରିଚାଳନା କରିଥିଲ । ମ୍ୟାନ ଅଫ ଦି ମ୍ୟାଚ ଭାବେ ବିମଲ ମହାପାତ୍ର ଓ ମ୍ୟାନ ଅଫ ଦି ସିରିଜ ଭାବେ ଦିବ୍ୟ ରଞ୍ଜନ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ମହାବୀର ସ୍ପୋର୍ଟିଂ କ୍ରିକେଟ ଟୁର୍ଣ୍ଣମେଣ୍ଟ :କୁମାର ଖାତିଆ ଜଟଣୀ ବିଜେତା
