+୨ ପରୀକ୍ଷା ଫଳ ପ୍ରକାଶିତ: ଜିଲାରେ ବିଜ୍ଞାନରେ ୯୦.୭୪, କଳାରେ ୭୮.୭୩ ଓ ବାଣିଜ୍ୟରେ ୮୮.୫୧ ପ୍ରତିଶତ ପାସହାର

କେନ୍ଦ୍ରାପଡ଼ା, ୨୬/୫/୨୦୨୪ (ଓଡ଼ିଶା ସମାଚାର)- +୨ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । କେନ୍ଦ୍ରାପଡା ଜିଲାରେ ବିଜ୍ଞାନରେ ୯୦.୭୪ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ବେଳେ କଳାରେ ୭୮.୭୩, ବାଣିଜ୍ୟରେ ୮୮.୫୧ ଓ ଭୋକେସନାଲରେ ୭୭.୨୧ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ଜିଲାରେ ବିଜ୍ଞାନରେ ମୋଟ ୩୩୮୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୦୬୮ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୫୮୦ଜଣ ଉତୀର୍ଣ୍ଣ ହୋଇଥିବା ବେଳେ ୧୩୩୧ଜଣ ଦ୍ୱିତୀୟ ଶ୍ରେଣୀରେ, ୧୧୩୯ଜଣ ତୃତିୟ ଶ୍ରେଣୀରେ ଓ ୧୮ଜଣ କମ୍ପାଟମେଂଟାଲରେ ପାସ କରିଛନ୍ତି । କଳାରେ ମୋଟ ୭୭୦୭ଜଣ ପରୀକ୍ଷା ଦେଇଥିବା ବେଳେ ୬୦୬୮ଜଣ ପାସ କରିଛନ୍ତି । ସେଥିମଧ୍ୟରୁ ୪୨୬୬ଜଣ ପ୍ରଥମ ଶ୍ରେଣୀରେ, ୮୫୦ଜଣ ଦ୍ୱିତୀୟ ଶ୍ରେଣୀରେ, ୯୨୦ଜଣ ତୃତୀୟ ଶ୍ରେଣୀରେ ଏବଂ ୧୧ଜଣ କମ୍ପାଟମେଂଟାଲରେ ପାସ କରିଛନ୍ତି । ବାଣିଜ୍ୟରେ ମୋଟ ୧୨୪୫ଜଣ ପରୀକ୍ଷା ଦେଇଥିବା ବେଳେ ୧୧୦୨ଜଣ ପାସ କରିଛନ୍ତି । ସେଥିମଧ୍ୟରୁ ୪୪୩ଜଣ ପ୍ରଥମ ଶ୍ରେଣୀରେ ୩୮୭ଜଣ ଦ୍ୱିତୀୟ ଶ୍ରେଣୀରେ , ୨୫୮ଜଣ ତୃତୀୟ ଶ୍ରେଣୀରେ ଓ ୯ଜଣ କମ୍ପାଟମେଂଟାଲରେ ପାସ କରିଛନ୍ତି । ସେହିଭଳି ଭୋକେସନାଲରେ ମୋଟ ୩୧୬ଜଣ ପରୀକ୍ଷା ଦେଇଥିବା ବେଳେ ୨୪୪ଜଣ ପାସ କରିଛନ୍ତି । ସେଥିମଧ୍ୟରୁ ୪୦ଜଣ ପ୍ରଥମ ଶ୍ରେଣୀରେ, ୯୭ଜଣ ଦ୍ୱିତୀୟ ଶ୍ରେଣୀରେ, ୯୮ଜଣ ତୃତୀୟ ଶ୍ରେଣୀରେ ଓ ୯ଜଣ କମ୍ପାର୍ଟମେଂଟାଲରେ ପାସ କରିଥିବା +୨ ପରୀକ୍ଷା ସେଲର ଭାରପ୍ରାପ୍ତ ପ୍ରଫେସର ତଥା କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ବିଶ୍ୱରଞ୍ଜନ ପୁହାଣ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *