ରାମେଶ୍ବର ଆର ଏନ୍ ସି ସି କ୍ରିକେଟ କପ: ଏମବିସି ମୋଟା ଚାମ୍ପିଅନ

ନିରାକାରପୁର, ୧୮/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଖେଳ ପଡ଼ିଆରେ ରାମେଶ୍ବର କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଚାଲିଥିବା ଆର ଏନ୍ ସି ସି କ୍ରିକେଟ କପର ଆଜିର ଫାଇନାଲ ମ୍ୟାଚ ଓଳସିଂହ ଏମଏସସି ସି ଓ ଏମବିସି ମୋଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଓଳସିଂହ ଏମଏସସି ସି  ବ୍ୟାଟିଂ କରି ୧୭.୪ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୨୧ ରନ କରିଥିବାବେଳେ  ଏମବିସି ମୋଟା ୧୫.୪ ଓଭର ରେ ୪ ଉଇକେଟ୍ଟ ହରାଇ ୧୨୨  ରନ କରି ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ଆଜିର ମ୍ୟାନ ଅଫ ଦି ମ୍ୟାଚ୍ ମୋଟା ଦଳର ସୌମ୍ୟରଞ୍ଜନ ପ୍ରଧାନ ଓ ମ୍ୟାନ ଅଫ ଦି  ସିରିଜି ଭାବେ ବିନାୟକ ପଟ୍ଟନାୟକ ବିବେଚିତ ହୋଇଥିଲେ।  ଆଜିର ମ୍ୟାଚ୍ କୁ ଆଲୋକ ରଞ୍ଜନ ସାହୁ ଓ ଶାନ୍ତୁନ   କୁମାର ସ୍ବାଇଁ  ପରିଚାଳନା କରିଥିଲେ।  ଆଜି ଅତିଥି ଭାବେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା, ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ , ଟାଙ୍ଗୀ ବ୍ଲକ ଉପାଧକ୍ଷା ଦୁର୍ଗା ନାଥ ଶର୍ମା, ସମାଜସେବୀ ପବିତ୍ର କୁମାର  ପାଇକରାୟ  , ସମିତି ସଭ୍ୟ ରମେଶ ଚନ୍ଦ୍ର ବିଶ୍ଵାଳ ଓ ସମାଜସେବୀ ବିରେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ ।ମଞ୍ଚକୁ ଦୀପ୍ତି ରଞ୍ଜନ ପାଇକରାୟ ଓ ଉମାକାନ୍ତ ରଥ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚିତ୍ତରଞ୍ଜନ ପଟ୍ଟନାୟକ, ଶିବ ପ୍ରସାଦ ସୁବୁଦ୍ଧି, ଶିବ ରଞ୍ଜନ ତ୍ରିପାଠୀ ଓ ସୁବାସ ନାୟକ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *