ନିଶ୍ଚିନ୍ତକୋଇଲି,୨୩/୫/୨୦୨୪ (ଓଡ଼ିଶା ସମାଚାର)-ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ମହମ୍ମଦପୁର ଠାରେ ବୌଦ୍ଧ ସଂଘ ଆନୁକୂଲ୍ୟରେ ଭଗବାନ ବୁଦ୍ଧ ଙ୍କର ୨୫୬୮ତମ ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି ଅବସର ରେ ମହମ୍ମଦପୁର ଶ୍ରାବକ ସମାଜର ଉପାସକ , ଉପାସିକାମାନେ ଉପସ୍ଥିତ ଥିଲେ । ସକାଳ ୭ ଟାରେ ପ୍ରଭାତ ପରିକ୍ରମା କରାଯାଇଥିଲା । ସକାଳ ୧୦ ଟଶରେ ଭଗବାନ ବୁଦ୍ଧଙ୍କ ତ୍ରିସରଣ ବନ୍ଦନା ଓ ପଂଚଶୀଳ ପାଠ କରାଯାଇଥିଲା । କଂଠ ଶିଳ୍ପୀ ମାନଙ୍କ ଦ୍ୱାରା ବୁଦ୍ଧଙ୍କ ସଙ୍ଗୀତ ପରିବେଷଣ କରାଯାଇଥିଲା । ସକାଳ ୧୧ ଟାରେ ଧର୍ମାଲୋଚନା ହୋଇଥିଲା । ଏଥିରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଯୋଗଦେଇ ଭଗବାନ ବୁଦ୍ଧଙ୍କ ବାଣୀ ଅହିଂସା କିପରି ମାନବ ସମାଜକୁ ପରିବର୍ତିତ କରିପାରେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ବୌଦ୍ଧ ସଂଘର ସ୍ମରଣିକା ପୁସ୍ତକ ବୋଧିସତ୍ୱ ଏକ ଚେତନାର ଜାଗରଣ ୨୦୨୩-୨୪କୁ ଉନ୍ମୋଚନ କରିଥିଲେ । ଅନ୍ୟତମ ଅତିଥି ଭାବେ ମହମ୍ମଦପୁର ର ପୂର୍ବତନ ସରପଂଚ ସରୋଜ କୁମାର ବେହେରା , ନିଶ୍ଚିନ୍ତକୋଇଲି ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର କୁମାର ବାରିକ ବୌଦ୍ଧ ଗବେଷକ ବନମାଳି ରାଉଳ, ଅବସରପ୍ରାପ୍ତ ଶିକ୍ଷକ ଗଜେନ୍ଦ୍ର ବେହେରା ଯୋଗଦେଇଥିଲେ । ଅତିଥିମାନେ ଭଗବାନ ବୁଦ୍ଧ ଙ୍କ ବାଣୀ, ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ମତ ରଖିଥିଲେ । ଚିନ୍ମୟୀ ପାତ୍ର ସ୍ୱରଚିତ କବିତା ପାଠ କରିଥିଲେ ।
ରୁବିନା ପାତ୍ର ବୌଦ୍ଧ ଧର୍ମ ଓ ସଂଘମିତ୍ରା ସଂଗଠନ ଉପରେ ଆଲୋକପାତ କରିଥିଲେ । ସଭାପତି ବାବାଜୀ ଚରଣ ପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସଂଘର ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର ବିବରଣୀ ପାଠ କରିଥିଲେ ଓ ବୌଦ୍ଧ ଦର୍ଶନ ତତ୍ୱ ଉପରେ ଆଲୋଚନା କରିଥିଲେ । ଅଭିମନ୍ୟୁ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଘର ସଦସ୍ୟ ସୁବାସ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଂଘର ସମସ୍ତ ସଭ୍ୟ , ସଭ୍ୟା ସହଯୋଗ କରିଥିଲେ ।
ମହମ୍ମଦପୁର ରେ ଭଗବାନ ବୁଦ୍ଧ ଙ୍କ ୨୫୬୮ତମ ଜୟନ୍ତୀ ପାଳିତ
