ଗରଦପୁର ବ୍ଲକ୍ ରେ ଅରବିନ୍ଦ ଙ୍କ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ

ପାଟକୁରା, ୩୦/୦୩/୨୦୨୪ (ଓଡ଼ିଶା ସମାଚାର)- ଆଜି ଗରଦପୁର ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଙ୍କ ନେତୃତ୍ବରେ ପାଟକୁରା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ଙ୍କ ପ୍ରଥମ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମହମୁଦା ବଟ ମହାପୁରୁଷ ଙ୍କ ପିଠରୁ ପୂଜାର୍ଚ୍ଚନା ଆରମ୍ଭ କରି ଅଧ୍ୟକ୍ଷ ଙ୍କ ବାସଭବନ ଅଫିସ ରେ ପଦ୍ମପୁର ପଞ୍ଚାୟତର ସମସ୍ତ ଗ୍ରାମ ର ଆଗଧାଡିର କର୍ମୀ, ମିଶନ ଶକ୍ତି ର ମାଆ ମାନେ, ଯୁବକ ମାନେ ଉପସ୍ଥିତ ରହି ପାଟକୁରା ନିର୍ବାଚନ ମଣ୍ଡଳୀର ବିଜେଡ଼ି ର ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଶୁଭକାମନା କରିଥିଲେ। ସରପଞ୍ଚ ଅନୁସୟା ବେହେରା, ବିପିନ୍ ବିହାରୀ ସାମଲ, ଅମୁଲ୍ୟ ଦାସ, ଦିଲ୍ଲୀପ ରାଉତ, ସହଦେବ ବାରିକ୍, ଅଭୟ ରାଉତ,ତପନ ସାହୁ, ମଦନମୋହନ ସାହୁ, ରଘୁ, ରମେଶ ରାଉତ,ଅଧିର ପଣ୍ଡା, କିଶୋର ମହାରାଜ, ସେକ୍ କଲାମ, ଗୌରାଙ୍ଗ ବେହେରା,ରାଜୁ ପରିଡା ଠାରୁ ଆରମ୍ଭ କରି ବହୁ ତୁଙ୍ଗ କର୍ମୀ ଯୋଗଦେଇଥିଲେ। ସଭିଏଁ ଏକ ହୋଇ ବିଜୁ ଜନତା ଦଳର ସଂଗଠନ କୁ ମଜଭୁତ କରିବା ପାଇଁ ସଭିଏଁ ସଙ୍କଳ୍ପ ନେଇଥିଲେ। ବିଜୟ ମହାପାତ୍ର ଙ୍କ ଏକାନ୍ତ ଆନୁଗତ୍ୟ ବାବାଜୀ ମହାରାଜ, କୃଷ୍ଣ ସାହୁ,ଗଗନ ପରିଡା ଙ୍କୁ ଅରବିନ୍ଦ ମହାପାତ୍ର ଭେଟି ଆଶିର୍ବାଦ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *