ବରୀରେ ବିଜେଡ଼ି ସାଂସ୍କୃତିକ ସମ୍ମନ୍ଵୟ ସାମୁଖ୍ୟର କଳାକାର ସମାବେଶ ।

ଯାଜପୁର,୨୩/୦୫/୨୦୨୪ (ଓଡ଼ିଶା ସମାଚାର)- ବିଜେଡି ସାଂସ୍କତିକ ସମ୍ମନ୍ଵୟ ସାମୁଖ୍ୟ ପକ୍ଷରୁ ବରୀ ବ୍ଲକ ସେରପୁର ପଂଚାୟତ ମହାକାଳ  ପଡିଆ ଠାରେ  କଳାକାର ସମାବେଶ ଅନୁଷ୍ଟିତ ହୋଇଯାଇଛି । ସାମୁଖ୍ୟ ର ରାଜ୍ୟ ସଂଯୋଜକ ପ୍ରବୀର  କୁମାର ମହାନ୍ତି , ଯାଜପୁର ଜିଲ୍ଲା ସଂଯୋଜକ ହରିହର ସ୍ବାଇଁ , ବରୀ ବିଜେଡି ବିଧାୟକ ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକ , ବିଜେଡି ନେତା ବଳଭଦ୍ର ଦାସ, ସେରପୁର  ସରପଂଚ , ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ ମହାନ୍ତି , ବରୀ ବ୍ଲକ ଅଧକ୍ଷ ଅଶୋକ କୁମାର ଗେଡି ପ୍ରମୁଖ  ମଞ୍ଚାସୀନ ରହି କଳାକାର ଙ୍କ ପାଇଁ ବିଜେଡି ସରକାର ଯେଉଁ ଯୋଜନା ପ୍ରଣୟନ କରୁଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ ।  ଉପସ୍ଥିତ ଥିବା ସମସ୍ତ ଅତିଥି ବରୀ ବିଜେଡି ପ୍ରାର୍ଥୀ  ବିଶ୍ବରଂଜନ ମଲ୍ଲିକ ଓ ଯାଜପୁର ସାଂସଦ ଙ୍କ ନିମନ୍ତେ ଆସନ୍ତା ଜୁନ ୧ରେ ଯୋଡ଼ି ଶଙ୍ଖ ରେ ଭୋଟ ଦେବାକୁ ନିବେଦନ ମଧ୍ୟ କରିଥିଲେ  ।  କୀର୍ତ୍ତନ , ଭଜନ , ହୁଳୁହୁଳି ମାଧ୍ୟମରେ ବିଶ୍ବରଂଜନ ମଲିକ ଙ୍କୁ ଭବ୍ୟ ସ୍ଵାଗତ କରାଯାଇ , ସମ୍ମାନିତ ମଧ୍ୟ କରାଯାଇଥିଲା  । ବ୍ଲକ ସଂଯୋଜକ ନଟବର ମହାନ୍ତି ଙ୍କ  ସହଯୋଗରେ ବ୍ଲକ ର ବିଭିନ୍ନ ପଂଚାୟତ ରୁ ହଜାର ହଜାର କଳାକାର ମାନେ ଯୋଗ ଦେଇ ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଙ୍କୁ ଭୋଟ ଦେବାକୁ ପ୍ରତଶ୍ରୁତି ଦେଇଥିଲେ । ବରିଷ୍ଠ ସମାଜସେବୀ ମହେଶ୍ୱର ମହାନ୍ତି  କାର୍ଯ୍ୟକ୍ରମ ର ସଫଳତା ନିମନ୍ତେ ସମସ୍ତ ଅତିଥି , ସଦସ୍ୟ ଓ ମା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *