କଟକ ସଦର,୨୬/୧୧/୨୦୨୫(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଭାରତର ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଆଜି ବୁଧବାର ଦିନ କଟକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ବିଧାନ ଦିବସ ପାଳନ ସହିତ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଉପଲକ୍ଷେ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରଦୀପ୍ତ କୁମାର ଦାସ ଙ୍କ ସଭାପତିତ୍ବରେ କଟକ ସଦର ଅନ୍ତର୍ଗତ ଗତିରାଉତ ପାଟଣା ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସଭାରେ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ବିଧାୟକ ରବି ମଲ୍ଲିକ, ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ କଟକ ସଦର ବ୍ଲକ କଂଗ୍ରେସ ସଭାପତି ରାମଚନ୍ଦ୍ର ଗୋଛୟତ, କଟକ ଜିଲ୍ଲା କୃଷକ ସେଲ୍ ଅଧ୍ୟକ୍ଷ ନିମାଇଁ ଚନ୍ଦ୍ର ରାଉତରାୟ, କଟକ ଜିଲ୍ଲା ଅନୁସୂଚିତ ଜାତି ସେଲ୍ ଅଧ୍ୟକ୍ଷ ତଥା କଟକ ସଦର ବ୍ଲକ୍ ପୂର୍ବତନ ସଭାପତି ପ୍ରତାପ ମଲ୍ଲିକ, ନିରଞ୍ଜନ ଲେଙ୍କା, ନାରାୟଣ ଦ୍ୱିବେଦୀ, ଗିରିଜା ପଟ୍ଟନାୟକ, ସୁକାନ୍ତ ନନ୍ଦ,ସେକ୍ ସଦାମ୍, ରେଭେନ୍ସା ମହାବିଦ୍ୟାଳୟର ପୂର୍ବତନ ସଭାପତି ହରିଶଙ୍କର ରାଉତ ପ୍ରମୁଖ ବହୁ ବରିଷ୍ଠ କଂଗ୍ରେସ ନେତା ଯୋଗ ଦେଇ ସମ୍ବିଧାନ ଆମ ସ୍ୱ।ଭିମାନ ଉପରେ ଆଲୋକପାତ କରିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସସିମ୍ର, ଆଲମାସ୍ ରାଗିବ, ସୀତାକାନ୍ତ ପଣ୍ଡା, ଦିଲ୍ଲିପ ବାରିକ୍, ଗୋପାଳ ସେଠୀ, ସତ୍ୟ ରଂଜନ ବିଟ୍ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।
