ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମଙ୍କ ଶୋକ

ଭୁବନେଶ୍ୱର,୨୨/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ପୂର୍ବତନ ମନ୍ତ୍ରୀ ତଥା ଓଡିଶା ରାଜନୀତି ଇତିହାସରେ ଜଣେ ଟାଣୁଆ ନେତା  ଡ. ଦାମୋଦର ରାଉତ ଙ୍କ ବିୟୋଗରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଗଭୀର ଶୋକ ପ୍ରକାଶ କରିଛନ୍ତି।

 ଜଣେ ସୁଦକ୍ଷ ନେତା ହିସାବରେ ଓଡ଼ିଶାର ରାଜନୈତିକ ଇତିହାସରେ ତାଙ୍କ ନାମ ସ୍ବର୍ଣ୍ଣଅକ୍ଷରରେ ଲିପିବଦ୍ଧ ହୋଇରହିବ। ପ୍ରବୀଣ ରାଜନେତା ଓ ଦୃଢ଼ ମତବ୍ୟକ୍ତ ନେତାଙ୍କୁ ହରାଇବା ଓଡିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀମତୀ ହେମ୍ବ୍ରମ ତାଙ୍କ ଶୋକ ବାର୍ତ୍ତା ରେ ପ୍ରକାଶ କରିଛନ୍ତି ।

ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିବା ସହ ତାଙ୍କ ସ୍ଵର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *