କେନ୍ଦ୍ରାପଡ଼ା,୨୨/୫/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଂଚାୟତର ପ୍ରତ୍ୟେକଟି ୱାର୍ଡରେ ବ୍ଲକ ଯୁବ ବିଜେଡି ସଭାପତି ସଂଗମ ସାମଲଙ୍କ ନେତୃତ୍ୱରେ କେନ୍ଦ୍ରାପଡା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କ ପାଇଁ ଭୋଟ ଭିକ୍ଷା କରାଯାଇଛି । ପଂଚାୟତର ପ୍ରତି ୱାର୍ଡରେ ଘରକୁ ଘର ବୁଲି ବ୍ଲକ ଯୁବ ବିଜେଡି ସଭାପତି ଶ୍ରୀ ସାମଲ ଓ ତାଙ୍କ ସାଥିମାନେ ଭୋଟରମାନଙ୍କୁ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବାକୁ ଅଅସନ୍ତା ଜୁନ ୧ତାରିଖରେ ଯୋଡିଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ ।