କଟକ ଜିଲ୍ଲା ବିଜେପି ସାଧାରଣ ସଂପାଦକ ସନ୍ତୋଷ କୁମାର ରାଉତ ଙ୍କୁ ବିପୁଳ ସମ୍ବର୍ଦ୍ଧନା

କଟକ ସଦର,୦୪/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ବିଜେପି ଗ୍ରାମୀଣ ଜିଲ୍ଲାର ସାଧାରଣ ସଂପାଦକ ଭାବେ ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତି ଙ୍କ ସୁପାରିଶ କ୍ରମେ ରାଜ୍ୟ ସଭାପତି ମନମୋହନ ସାମଲ ସାଲେପୁର ମଣ୍ଡଳ ର ଯୁବ ସମାଜସେବୀ ତଥା ଯୁବ ସଂଗଠକ ସନ୍ତୋଷ କୁମାର ରାଉତ ଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ରବିବାର ଦିନ ପୁରୁଣାହାଟ ପଞ୍ଚାୟତ ସୋଗଲ (ନିଜ ଗାଁ ) ରେ ଶ୍ରୀ ରାଉତଙ୍କୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଉତ୍ସସିତ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ଉପସଭାପତି ଭାବେ ନିଯୁକ୍ତି ପାଇଥିବା ତ୍ରିଲୋଚନ ପାତ୍ର ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ମଣ୍ଡଳ ଉପସଭାପତି ରମେଶ କୁମାର ରାଉତ, ରଞ୍ଜନ କୁମାର କାଣ୍ଡି, ସ୍ମୃତି ରଞ୍ଜନ ମଲ୍ଲିକ,ମନୁ କାଣ୍ଡି, ପ୍ରଦୀପ୍ତ କୁମାର ବେହେରା ପ୍ରମୁଖ ବହୁ ଦଳୀୟ କର୍ମୀ ଓ ନେତା ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *