କେନ୍ଦ୍ରମନ୍ତ୍ରୀ ଙ୍କ ପିଏ  ବୋଲି ପରିଚୟ ଦେଇ ଠକେଇ କରିଥିବା ଅଭିଯୋଗରେ ଯୁବକ ଗିରଫ

ବ୍ରହ୍ମପୁର, ୧୨ /୧୧/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ  ପିଏ ଏବଂ ପୂର୍ବତନ ମନ୍ତ୍ରୀ ରଘୁ ମହାନ୍ତିଙ୍କ ଭଣଜା ବୋଲି ନିଜକୁ ପରିଚୟ ଦେଇ ଠକେଇ କରିଥିବା ଅଭିଯୋଗରେ ପୋଲିସ ବ୍ରହ୍ମପୁର  ର ଜଣେ ଯୁବକଙ୍କୁ ଗିରଫ କରିଛି । ସଂପୃକ୍ତ ଯୁବକଙ୍କ ନାଁ ସନ୍ତୋଷ ମହୁରୀ । ଘର ବ୍ରହ୍ମପୁରରେ । ମିଳିଥିବା ସୂଚନା ଅନୁଯାୟୀ, ବେକାର ଯୁବକ ଯୁବତୀଙ୍କୁ ରେଲୱେ, ଡିଆରଡିଓ, ଆଇଓସିଏଲ ଏବଂ ପ୍ରତିରକ୍ଷା ଆଦି ବିଭାଗରେ ଚାକିରି କରାଇ ଦେବାର ମିଛ ପ୍ରତିଶ୍ରୁତି ଦେଇ ପ୍ରାୟ ୬୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ସନ୍ତୋଷ  କଟକର ୭ ଜଣଙ୍କୁ ଏଭଳି ମିଛ ଚୁନା ଲଗାଇଥିଲା । ଅଭିଯୋଗର ତଦନ୍ତ କରି ପୋଲିସ ସନ୍ତୋଷକୁ ଗିରଫ କରିଛି । ତା’ସହ ଡିଆରଡିଓ, ଭିଜିଲାନ୍ସର ନକଲି ସାର୍ଟିଫିକେଟ ସହ ଭାରତୀୟ ବାୟୁସେନାର ନକଲି ପରିଚୟ ପତ୍ର, ଲ୍ୟାପଟପ, ୨ଟି ପେନ୍ ଡ୍ରାଇଭ, ୮ଟି ମୋବାଇଲ ଫୋନ, ୧୩ଟି ସିମ୍ କାର୍ଡ, ୫ଟି ବ୍ୟାଙ୍କ ପାସବୁକ୍ ଓ ଚେକ୍ ଆଦିକୁ ପୋଲିସ ଜବତ କରିଛି ।

Leave a Reply

Your email address will not be published. Required fields are marked *