କୋରାପୁଟ, ୧୨ /୧୧/୨୦୨୩ (ଓଡ଼ିଶା ସମାଚାର)- ମନ୍ଦିର ପୂଜକଙ୍କୁ ହତ୍ୟା ଘଟଣାରେ ୭ଜଣ ଗିରଫ ହୋଇଛନ୍ତି। ୨ ଯୁବତୀଙ୍କ ସମେତ ୭ଜଣଙ୍କୁ ଟାଉନଥାନା ପୁଲିସ ଗିରଫ କରିଛି। ପୂଜକଙ୍କ ଘରେ କାମ କରୁଥିବା ୨ ଯୁବତୀ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିବାବେଳେ ଲୁଟପାଟ ଉଦେଶ୍ୟରେ ପୂଜକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ଘର ଭିତରେ ପଶି ହାତଗୋଡ଼ ବାନ୍ଧି ପୂଜକଙ୍କୁ ହତ୍ୟା କରିଛନ୍ତି ।ଗିରଫ ଦୁଇ ଯୁବତୀ ହେଲେ ସହରର ହାଟପଦା ଅଞ୍ଚଳର ସରସ୍ବତୀ ଜାନୀ ଓ ରଥ ଶର୍ମା କଲୋନୀ ଅଞ୍ଚଳର ରମା ଗୌଡ଼ । ସେମାନଙ୍କ ୫ ଜଣ ପୁରୁଷ ବନ୍ଧୁ ହେଲେ ନାଳଚୁଆଁ ଗାଁର ପ୍ରତାପ ଟାକରି, ଇନ୍ଦିରା କଲୋନୀର କିଶାନ ବାଗ, ପିଏଚଡି କଲୋନୀର ନୀରଜ ବେନିଆ, ହାଟପଦା ଅଞ୍ଚଳର ମହେନ୍ଦ୍ର ପାଣିଗ୍ରାହୀ ଓ ମିଶନ କମ୍ପାଉଣ୍ଡ ଅଞ୍ଚଳର ଅଶୋକ ରାୟ ବୋଲି ଜଣାପଡ଼ିଛି।
Related Posts
ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟସହନଶୀଳତା
ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଥିଲେ ଡାକ୍ତର ରାଉତ ଭୁବନେଶ୍ୱର,୨୨/୦୭/୨୦୨୫…
ସହିଦ ବାଜି ରାଉତ ଙ୍କ ୮୭ ତମ ଶ୍ରାଦ୍ଧୋତ୍ସବ ପାଳିତ
ଯୁବପିଢୀ ବାଜି ରାଉତ ଙ୍କ ଭଳି ସାହସୀ ଓ ଦେଶପ୍ରେମୀ ହେବାକୁ ଆହ୍ବାନ ଭୁବନ ୧୧/୧୦/୨୦୨୪ (ଓଡ଼ିଶା ସମାଚାର)-ମାତ୍ର ୧୨ ବର୍ଷ ବୟସ ରେ ଦେଶ ମାତୃକାର…
ଇଣ୍ଡୋନେସିଆ କୁ ଐତିହାସିକ ବାଲିଯାତ୍ରା ର ସହଯୋଗୀ ରାଷ୍ଟ୍ର ଘୋଷଣା, ପ୍ରସ୍ତୁତି ରେ ବର୍ଷା ସାଜିଛି ବାଧକ
କଟକ ସଦର, ୩୦/୧୦/୨୦୨୫(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନଭେମ୍ବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଐତିହାସିକ କଟକ ବାଲିଯାତ୍ରା। ଓଡ଼ିଶାର ସର୍ବବୃହତ ତଥା ଦକ୍ଷିଣପୂର୍ବ ଏସିଆ…
