କୋରାପୁଟ, ୧୨ /୧୧/୨୦୨୩ (ଓଡ଼ିଶା ସମାଚାର)- ମନ୍ଦିର ପୂଜକଙ୍କୁ ହତ୍ୟା ଘଟଣାରେ ୭ଜଣ ଗିରଫ ହୋଇଛନ୍ତି। ୨ ଯୁବତୀଙ୍କ ସମେତ ୭ଜଣଙ୍କୁ ଟାଉନଥାନା ପୁଲିସ ଗିରଫ କରିଛି। ପୂଜକଙ୍କ ଘରେ କାମ କରୁଥିବା ୨ ଯୁବତୀ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିବାବେଳେ ଲୁଟପାଟ ଉଦେଶ୍ୟରେ ପୂଜକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ଘର ଭିତରେ ପଶି ହାତଗୋଡ଼ ବାନ୍ଧି ପୂଜକଙ୍କୁ ହତ୍ୟା କରିଛନ୍ତି ।ଗିରଫ ଦୁଇ ଯୁବତୀ ହେଲେ ସହରର ହାଟପଦା ଅଞ୍ଚଳର ସରସ୍ବତୀ ଜାନୀ ଓ ରଥ ଶର୍ମା କଲୋନୀ ଅଞ୍ଚଳର ରମା ଗୌଡ଼ । ସେମାନଙ୍କ ୫ ଜଣ ପୁରୁଷ ବନ୍ଧୁ ହେଲେ ନାଳଚୁଆଁ ଗାଁର ପ୍ରତାପ ଟାକରି, ଇନ୍ଦିରା କଲୋନୀର କିଶାନ ବାଗ, ପିଏଚଡି କଲୋନୀର ନୀରଜ ବେନିଆ, ହାଟପଦା ଅଞ୍ଚଳର ମହେନ୍ଦ୍ର ପାଣିଗ୍ରାହୀ ଓ ମିଶନ କମ୍ପାଉଣ୍ଡ ଅଞ୍ଚଳର ଅଶୋକ ରାୟ ବୋଲି ଜଣାପଡ଼ିଛି।
Related Posts
କୁଳମଣି ଦେଓଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ ସଂଘର ଶୋକ ସଭା
ଭୁବନେଶ୍ୱର,୩୦/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପୂର୍ବତନ ଆଇପିଏସ ଅଧିକାରୀ ଶ୍ରୀ କୁଳମଣି ଦେଓଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ ସଂଘର ସଦସ୍ୟଗଣ ଦୁଃଖ ପ୍ରକାଶ କରିଛନ୍ତି । ଆଜି…
‘ଅନାମ’ ଏକ ଅହଂହୀନ ମୈତ୍ରୀବାଦୀ ଦର୍ଶନର ବାଣୀରୂପ
ଭୁବନେଶ୍ୱର,୧୯/୧୦/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସମଗ୍ର ମାନବ ଜାତି ମଧ୍ୟରେ ଶାନ୍ତି, ମୈତ୍ରୀ ଓ ଐକ୍ୟର ବାର୍ତା ପ୍ରଚାର ପ୍ରସାର କରିବା ଅନାମ ଗୋଷ୍ଠୀର ଲକ୍ଷ୍ୟ ।…
