କେସିଙ୍ଗା,୨୨/୦୩/୨୦୨୪(ଓଡ଼ିଶା ସମାଚାର)-ଗୁରୁବାର ଦିନ ଜବାହର ଉଚ୍ଚ ବିଦ୍ୟାପୀଠ ବାଳସି ଠାରେ ବିଶ୍ୱ ଜଙ୍ଗଲ ଦିବସ ପାଳନ କରାଯାଇଥିଲା । ଉକ୍ତ ସଭାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭୟ କୁମାର ଦେବତା ସଭାପତିତ୍ବ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ଜଙ୍ଗଲ ତଥା ଏହାର ଉପକାରିତା ବିଷୟରେ ଆଲୋଚନା କରିଥିଲେ । ବର୍ତ୍ତମାନ ସମୟରେ ଜଙ୍ଗଲ ଏବଂ ତାର ସୁରକ୍ଷା ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା କରି ଅତିଥି ମାନଙ୍କର ଦ୍ୱାରା ପୁରସ୍କାର ଦିଆଯାଇଥିଲା । ଶେଷରେ ହିନ୍ଦୀ ଶିକ୍ଷକ ଜୟ ଚନ୍ଦ୍ର ଭୋଇ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ କାର୍ୟ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ ।