ଯାଜପୁର, ୧୭/୦୫/୨୦୨୪ (ଓଡ଼ିଶା ସମାଚାର)- ଯାଜପୁର ଜିଲାରେ ଏକକାଳୀନ ୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ ଓ ୪୮-ବିଂଝାରପୁର(ସଂରକ୍ଷିତ) ବିଧାନସଭା ଆସନ, ୪୯-ବରୀ, ୫୦-ବଡଚଣା, ୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପାଂଚ ଜଣ ପର୍ଯ୍ୟବେକ୍ଷକଙ୍କୁ ଭାରତର ନିର୍ବାଚନ କମିଶନ ନିଯୁକ୍ତି କରିଛନ୍ତି । ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଡଃ (ଶ୍ରୀମତୀ) କରୁଣା କୁମାରୀ, ଆଇ.ଏ.ଏସ୍., ମୋବାଇଲ ନଂ-୯୮୬୧୬୦୪୧୬୮ ଙ୍କୁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଥିବା ବେଳେ ୪୮-ବିଂଝାରପୁର(ସଂରକ୍ଷିତ) ବିଧାନସଭା ଆସନ, ୪୯-ବରୀ, ୫୦-ବଡଚଣା, ୫୧-ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଶ୍ରୀ ବିଶ୍ରାମ ମୀନା, ଆଇ.ଏ.ଏସ୍., ମୋବାଇଲ ନଂ-୯୮୬୧୬୧୭୭୪୭ ଙ୍କୁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି । ୮-ଯାଜପୁର (ସଂରକ୍ଷିତ) ଲୋକସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଶ୍ରୀ ଅଶୋକ କୁମାର, ଆଇ.ପି.ଏସ୍., ମୋବାଇଲ ନଂ-୯୮୬୧୬୧୦୦୪୯ ଙ୍କୁ ପୋଲିସ ପର୍ଯ୍ୟବେକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଏ.ଭି.ଟି. ଭାରଥି ଧଶନ, ଆଇ.ଆର.ଏସ୍., ମୋବାଇଲ ନଂ-୬୩୭୧୪୫୮୩୬୮ ଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ୪୮-ବିଂଝାରପୁର(ସଂରକ୍ଷିତ), ୪୯-ବରୀ, ୫୦-ବଡଚଣା, ୫୧-ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଅମିତ ପ୍ରତାପ ସିଂ, ଆଇ.ଆର.ଏ.ଏସ୍., ମୋବାଇଲ ନଂ-୬୩୭୧୪୫୧୭୧୬ ଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଅଭିଷେକ କୁମାର, ଆଇ.ଆର.ଏସ୍. ମୋବାଇଲ ନଂ-୮୧୪୪୧୬୮୯୨୧ ଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ।
ଚଳିତ ଯାଜପୁର ଜିଲା ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ-୨୦୨୪ ନିମନ୍ତେ ଭୋଟ ଗ୍ରହଣ ତା ୦୧ା୦୬ା୨୦୨୪ ରିଖ ଦିନ ଅନୁଷ୍ଠିତ ହେବ । ଏହା ସମସ୍ତ ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜିଲା ପ୍ରଶାସନ ତରପଂରୁ ଜଣାଇ ଦିଆଯାଇଛି । ସାଧାରଣ ନାଗରିକ, ରାଜନୈତିକ ଦଳ, ପ୍ରାର୍ଥୀ ମାନଙ୍କର ନିର୍ବାଚନ ସମ୍ୱନ୍ଧୀୟ ଅଭିଯୋଗ ଥିଲେ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ସାଧାରଣ ପର୍ଯ୍ୟବେକ୍ଷକ, ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛିା