“ବିଜେପି ଗ୍ୟାରେଣ୍ଟି ରେ କିଛି ଗ୍ୟାରେଣ୍ଟି ନାହିଁ “
ଭୁବନ, ୧୭/୦୫/୨୦୨୪ (ଓଡ଼ିଶା ସମାଚାର)- ବିଜୁ ଜନତା ଦଳ ତରଫରୁ ଭୁବନ ଏନ୍ ଏ ସି ର ବିଭିନ୍ନ ୱାର୍ଡ ରେ ନିର୍ବାଚନ ପ୍ରଚାର ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟାରେ ୬ ନମ୍ବର ୱାର୍ଡ ଅରା ସାହି ରେ ଅନୁଷ୍ଠିତ ନିର୍ବାଚନ ସଭାରେ କାମାକ୍ଷା ନଗର ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରତ୍ୟେକ ସଭାରେ ବିଜେପି କୁ ଟାର୍ଗେଟ କରି ସେମାନେ ମିଛ କହୁଛନ୍ତି,କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। କ୍ଷମତା ଦଖଲ ପାଇଁ କେନ୍ଦ୍ର ବିଜେପି ନେତା ଏବେ ଓଡ଼ିଶାକୁ ବାରମ୍ବାର ଗସ୍ତ କରି ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । ବିଜେପି ଗ୍ୟାରେଣ୍ଟି ରେ କିଛି ଗ୍ୟାରେଣ୍ଟି ନାହିଁ । ୧୦ ବର୍ଷ ପୂର୍ବେ ଯେଉଁ ପ୍ରତିଶ୍ରୁତି / ଗ୍ୟାରେଣ୍ଟି ଦେଇ ଶାସନ କୁ ଆସିଥିଲେ ସେଥିରୁ ଗୋଟେ ବି ପୂରଣ କରିନାହାନ୍ତି । ଦର ଦାମ ଆଜି ଆକାଶ ଛୁଆଁ ହୋଇଛି । ବିଜେପି ସରକାର କେବଳ ପୁଞ୍ଜିପତି ଙ୍କ ସରକାର କିନ୍ତୁ ବିଜେଡ଼ି ସରକାର ଗରିବ,ଖଟିଖିଆ,ମହିଳା,ଯୁବକ ଙ୍କ ସରକାର । ବିଜୁ ସ୍ବାସ୍ଥ୍ୟ କାର୍ଡ ଆଜି ଓଡିଶା ଲୋକଙ୍କ ପାଇଁ ସଂଜୀବନୀ ପାଲଟିଛି । ନବୀନ ଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମତବ୍ୟକ୍ତ କରିବା ସହିତ ଜୁଲାଇ ମାସରୁ ଆଉ ଆପଣଙ୍କୁ ବିଜୁଳି ବିଲ୍ ଦେବାକୁ ପଡ଼ିବନି ବୋଲି କହିଥିଲେ । ଭୁବନ ର ବିକାଶ ପାଇଁ ଆସନ୍ତା ୨୫ ତାରିଖ ରେ ଯୋଡ଼ି ଶଙ୍ଖ ରେ ଭୋଟ ଦେବାକୁ ନିବେଦନ କରିଥିଲେ । ପ୍ରାରମ୍ଭରେ ସାହି ସଭାପତି ହୃଦାନନ୍ଦ ବେହେରା ଙ୍କ ସମେତ ରାମକୃଷ୍ଣ ପୋଥାଳ,ନିରଞ୍ଜନ ପୃଷ୍ଟି,ଜୟନ୍ତ ନାୟକ ପ୍ରମୁଖ ଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ନଗରପାଳ ଶୁଭେନ୍ଦୁ ସାହୁ, ଏନ୍ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ, ଅଜୟ କୁମାର ସେଠୀ,ସୁଶାନ୍ତ କୁମାର ପୃଷ୍ଟି,ସଞ୍ଜୀବ କୁମାର ପୃଷ୍ଟି ପ୍ରମୁଖ ଯୋଗଦେଇଥିଲେ । ଏହି ସଭାରେ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ମହିଳା ପୁରୁଷ ଯୋଗଦେଇଥିଲେ ।