ମୂର୍ଚ୍ଛନା ଓ ଓକା ପକ୍ଷରୁ ରାଜ୍ୟ ସ୍ତରୀୟ ଝଙ୍କଡ ଓ ରଜ ମହୋତ୍ସବ

କେନ୍ଦ୍ରାପଡ଼ା, ୦୩/୦୬/୨୦୨୬ (ଓଡ଼ିଶା ସମାଚାର)- ଓଡିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ ପକ୍ଷରୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଓପିଜିସିଏଲର ମିଳିତ ସହଭାଗିତାରେ ଜିଲା ସଂସ୍କୃତି ଭବନରେ ରାଜ୍ୟ ସ୍ତରୀୟ ଝଙ୍କଡ଼ ମହୋତ୍ସବ ଓ ରଜ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜଗସିଂହପୁରର ବିଧାୟକ ଅମରେନ୍ଦ୍ର ଦାସ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ବସନ୍ତ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓପିଜିସିଏଲ୍ ର ଅର୍ଥ ନିର୍ଦେଶକ ଗଗନ ବିହାରୀ ସ୍ୱାଇଁ ।

ଉତ୍ସବରେ ମୁଖ୍ୟବକ୍ତା ଭାବେ ସଂସ୍କୃତି ଗବେଷକ ତଥା ବାଗ୍ମୀ ପ୍ରଶାନ୍ତ କୁମାର ଶତପଥୀ,ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ କବୟିତ୍ରୀ ଓ ସମାଜସେବୀ ଡ. ସଂଗୀତା ମିଶ୍ର , ଶିକ୍ଷାବିତ ପ୍ରଫେସର ଅକ୍ଷୟ କୁମାର ସାସମଲ,ବିଶିଷ୍ଟ ଶିକ୍ଷାବିତ ସମାଜସେବୀ ପ୍ରଶନ୍ନ କୁମାର ବାରିକ, ଆଡଭୋକେଟ ବୀରନାରାୟଣ ପାତ୍ର, ବିଶ୍ୱଦେବ ସମାଜ ସଭାପତି ସୁଶାନ୍ତ କୁମାର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ । ବରଗଡର କଂସ ମହାରାଜ ଦେବରାଜ ଛତ୍ରିଆ ଅନ୍ୟତମ ଅତିଥି ଭାବେ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ବଂଶୀଧର ସ୍ୱାଇଁ ।

ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ୯୦ ଜଣ କଳାକାର, କବି ଓ ସମାଜସେବୀଙ୍କୁ ମା ଶାରଳା ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ୬୦ ଜଣଙ୍କୁ ବାଣୀକ୍ଷେତ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ୫୦ଜଣ ପ୍ରତିଭାଙ୍କୁ ରଜକୁଇନ ଓ ରଜକିଙ୍ଗ ଆୱାର୍ଡÿ ସ୍ୱରୂପ ରଜ ମୁକୁଟ ପିନ୍ଧା ଯାଇଥିଲା । ପ୍ରାରମ୍ଭରେ ମୋନାଲିସା ମୁଦୁଲିଙ୍କ ସହଯୋଗରେ ଗଙ୍ଗ ଶିଉଳିର ବାସ୍ନା ପକ୍ଷରୁ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉପସ୍ଥାପକ ଭାବେ ପ୍ରଦୀପ କୁମାର ବିହାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗାୟତ୍ରୀ ଗୀତାଞ୍ଜଳି ଦାସ, ବବିନା ପଟ୍ଟନାୟକ, ନିରାକାର ମହାରଣା, ବିଜୟ କେତନ ସାହୁ, ସୁଭାସିନୀ ପରିଡ଼ା ଓ କାଳିଆ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *