ସାମାଜିକ ଗଣମାଧ୍ୟମ ସଂଯୋଜକ ହିମାଂଶୁ କଂଗ୍ରେସର ଷ୍ଟାର କ୍ୟାମ୍ପେନର

କେନ୍ଦ୍ରାପଡ଼ା, ୨୭/୧୦/୨୦୨୫(ଓଡ଼ିଶା ସମାଚାର)- ନୂଆପଡା ବିଧାନସଭା ଉପ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ କଂଗ୍ରେସ ସାମାଜିକ ଗଣମାଧ୍ୟମର ସଂଯୋଜକ ହିମାଂଶୁ ଭୂଷଣ ନନ୍ଦଙ୍କୁ ଷ୍ଟାର କ୍ୟାମ୍ପେନର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଅଖିଳ ଭାରତ ଯୁବ କଂଗ୍ରେସ ସାମାଜିକ ଗଣମାଧ୍ୟମର ଜାତୀୟ ମୁଖ୍ୟ ମନୁ ଜୈନ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି ।

ଷ୍ଟାର କ୍ୟାମ୍ପେନର ଶ୍ରୀ ନନ୍ଦ ଦଳୀୟ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ କରିବା ସହିତ ଭିଡିଓ ଏଡିଟର ଭାବେ କଂଗ୍ରେସ ଦଳୀୟ ପ୍ରାର୍ଥୀଙ୍କ ବିଭିନ୍ନ କାର୍ଯ୍ୟକ୍ରମର ଭିଡିଓ ଏଡିଟିଂ କରି ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରିବେ ।

ଏହି ନିଯୁକ୍ତି ପାଇଥିବାରୁ ଶ୍ରୀ ନନ୍ଦ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲିକାର୍ଜ୍ଜୁନ ଖଡଗେ, ଜାତୀୟ କଂଗ୍ରେସର ପ୍ରିୟ ନେତା ରାହୁଲ ଗାନ୍ଧୀ, ପିସିସି ସଭାପତି ଭକ୍ତ ଚରଣ ଦାସ, ଯୁବ କଂଗ୍ରେସର ଦାୟୀତ୍ୱରେ ଥିବା ମନିଶ ଶର୍ମାଜୀ, ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଉଦୟ ଭାନୁ ଚିବଜୀ, ରାଷ୍ଟ୍ରୀୟ ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ମନୁ ଜୈନ, ସାମାଜିକ ଗଣମାଧ୍ୟମ ପ୍ରଭାରୀ ଦୁଲାଲ ଶର୍ମା,ଓଡିଶା ଯୁବ କଂଗ୍ରେସ ସଭାପତି ରଞ୍ଜିତ କୁମାର ପାତ୍ର, ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି କୃଷ୍ଣ ମହାନ୍ତି, ଯୁବ କଂଗ୍ରେସ ସାମାଜିକ ଗଣମାଧ୍ୟମ ଆବାହକ ବୁଲେଟିନ ମନୋଜ, ପିସିସି କୋଷାଧ୍ୟକ୍ଷ ଇଂ ସିଦ୍ଧାର୍ଥସ୍ୱରୂପ ଦାଶ, କେନ୍ଦ୍ରାପଡା ଜିଲା କଂଗ୍ରେସ ସଭାପତି ଡାକ୍ତର ଦେବଶ୍ମିତା ଶର୍ମା, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *