ଦଶରଥପୁର , ୧୬/୦୫/୨୦୨୪ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ଥ ଦୁବକଣ ସ୍ଥିତ ଜୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ପଣ୍ଡିତ ଲକ୍ଷ୍ମୀଧର ତ୍ରିପାଠୀ କିଛିଦିନ ହେବ ଅସୁସ୍ଥ ଥାଇ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିସ୍ଥିତ ହେଉଥିଲେ । ବୁଧବାର ସକାଳ ୬. ୩୦ ମିନିଟ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ସମୟରେ ବଡ଼ପୁଅ ସଞ୍ଜୀବ ତ୍ରିପାଠୀ, ସାନପୁଅ ସମ୍ବିତ ପ୍ରଜ୍ଞା ଭାରତ ତ୍ରିପାଠୀ, ବୋହୁ ଦିପ୍ତୀରେଖା ପତି ଓ ପତ୍ନୀ ଶ୍ରୀମତୀ ତ୍ରିପାଠୀ, ସାନଭାଇ ସୁବ୍ରତ ତ୍ରିପାଠୀ, ସୁନିଲ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଅପରାହ୍ନରେ ସ୍ବର୍ଗତ ତ୍ରିପାଠୀଙ୍କ ନିଜ ଗ୍ରାମ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସ୍ଥିତ କୋରକଦା ଗ୍ରାମ ସ୍ମଶାନରେ ସ୍ବର୍ଗତ ତ୍ରିପାଠୀଙ୍କ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ସାନପୁଅ ସଞ୍ଜୀବ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ ଜ୍ଝ ସ୍ବର୍ଗତ ତ୍ରିପାଠୀ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ଛାତ୍ର ବତ୍ସଳ, ଅମାୟିକ, ପରୋପକାରୀ ଓ ଅନୁଷ୍ଠାନ ପ୍ରେମି ମଣିଷ ଥିଲେ । ସେଥିପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ, ଛାତ୍ର ଛାତ୍ରୀ ଓ ଅଞ୍ଚଳବାସୀ ମାନେ ତାଙ୍କୁ ବେଶ ଆଦର ଓ ଭକ୍ତି କରୁଥିଲେ ଜ୍ଝ ଏପରିକି ଶିକ୍ଷକତା ଜୀବନରେ ସେ ବହୁ ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ନିଜସ୍ୱ ଅର୍ଥରେ ବହି, ଖାତା କିଣି ଦେବା ସହ ପରୀକ୍ଷା ଫିସ ଦେବା ସହ ଅର୍ଥ ପାଇଁ ପରୀକ୍ଷା ଦେଇପାରୁନଥିବା ଛାତ୍ର ଛାତ୍ରୀ ମାନଙ୍କୁ ନିଜସ୍ୱ ଅର୍ଥରେ ଫର୍ମ ଫିଲଅପ୍ କରାଇ ପରୀକ୍ଷା ଦେବାରେ ସାହାଯ୍ୟ କରୁଥିଲେ ଜ୍ଝ ସଂସ୍କୃତରେ ତାଙ୍କର ଅଗାଢ ପାଣ୍ଡିତ୍ୟ ଥିବା ବେଳେ ତାଙ୍କ ଶିକ୍ଷାଦାନ ସମୟରେ ବହୁ ଛାତ୍ର ଛାତ୍ରୀ ସଂସ୍କୃତରେ ସଫଳତା ହାସଲ କରି ବହୁ ଉଚ୍ଚ ପଦବୀରେ ପ୍ରତିଷ୍ଠିତ ହୋଇପାରିଛନ୍ତି । ସ୍ବର୍ଗତ ତ୍ରିପାଠୀଙ୍କ ମୃତ୍ୟୁ ଖବର ପାଇ ଓଡିଶା ବିଧାନ ସଭାର ବାଚସ୍ପତି ପ୍ରମିଳା ମଲ୍ଲିକ, ଜୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୀତବାସ ବେହୁରିୟା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶସଧର ନାୟକ , ପ୍ରାକ୍ତନ ପ୍ରଧାନ ଶିକ୍ଷକ ଚକ୍ରଧର ଓଝା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ନାୟକ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦୁର୍ୟୋଧନ ବାରିକ, ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଭାତ ଚନ୍ଦ୍ର ଦାସ, ବର୍ତ୍ତମାନର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର କାଣ୍ଡି, ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଶୋକ ବେହେରା, ଜୟଚଣ୍ଡୀ ମହାବିଦ୍ୟାଳୟର କର୍ମଚାରୀ କେଦାର ଯେନା, ଅବସରପ୍ରାପ୍ତ କର୍ମଚାରୀ ଗୋଲେଖ ବାରିକ, ପୁରାତନ ଛାତ୍ର ତଥା ଶିକ୍ଷକ ଅଜୟ କୁମାର ନାୟକ, ପୁରାତନ ଛାତ୍ର ଜୟପ୍ରକାଶ ନାୟକ, କପିଳ ଯେନା, ସୋମନାଥ ମଲ୍ଲିକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଜୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି କହିଛନ୍ତି ।
ଆଦର୍ଶ ସଂସ୍କୃତ ଶିକ୍ଷକ ପଣ୍ଡିତ ଲକ୍ଷ୍ମୀଧର ତ୍ରିପାଠୀଙ୍କ ବିୟୋଗରେ ଶୋକ
