ପାରିବାରିକ କଳହର ଉଗ୍ରରୂପ , ବୋମା ମାଡ଼ ରେ ଜଣେ ମୃତ

ବାଣପୁର, ୧୨/୭/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ପରିବାର ମଧ୍ୟରେ ବୋମା ମାଡ଼ ହୋଇଥିବା ଜଣାପଡିଛି। ବୋମା ମାଡ଼ ରେ ଗୋଟିଏ ପୁଅର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ବାଣପୁର ଥାନା ଭବାନୀପୁର ପଞ୍ଚାୟତ ଅନ୍ତର୍ଗତ ଶାନ୍ତିନଗରରେ ସଠ ରାଉତରାୟଙ୍କ ପରିବାର ବହୁ ବର୍ଷ ଧରି ରହିଆସୁଥିଲେ। ସଠଙ୍କ ଦୁଇ ପୁଅ ମଧ୍ୟରେ ଅନେକ ଦିନ ହେବ ବାଦ ବିବାଦ ଲାଗି ରହିଥିଲା। ବାପା ଓ ସାନ ପୁଅଠାରୁ ବଡ଼ ପୁଅ ଅଲଗା ରହିଆସୁଥିଲେ। ସେହି ଦିନ ଠାରୁ ଉଭୟଙ୍କ ମଧ୍ୟରେ କଳହ ଲାଗିରହିଥିଲା। ଆଜି ଏହି କଳହ ଉଗ୍ର ରୂପ ନେଇଥିଲା। ପରିବାର ମଧ୍ୟରେ ବୋମା ମାଡ଼ ଘଟି ସାନ ପୁଅ କାଳିଆ ରାଉତରାୟ (୪୨)ଙ୍କର ମୃତ୍ୟୁ ଘଟିଛି । ବାପା ସଠ ରାଉତରାୟଙ୍କୁ ପୁଲିସ ଅଟକ ରଖି ପଚରା ଉକ୍ଟ୍ରୁରା କରୁଛି। ବାପା ଓ ସାନ ପୁଅ ଏକାଠି ରହୁଥିବା ବେଳେ ଏହି ବୋମା ମାଡ଼ କିଏ କରିଛି, ତାହା ଉପରେ କୌଣସି ସୂଚନା ମିଳିନାହିଁ। ପୁଲିସ କାଳିଆର ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଥିବା ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତା ଙ୍କ ଠାରୁ ସୂଚନାମିଳିଛି ।

Leave a Reply

Your email address will not be published. Required fields are marked *