ଓ ୟୁ ଟି ଆର ପରିସର ରେ ସଫଳ ରକ୍ତଦାନ ଶିବିର ଆୟୋଜନ – ୨୫୩ ୟୁନିଟ ରକ୍ତ ସଂଗ୍ରହ

ଭୁବନେଶ୍ୱର, ୩୦/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଓଡିଶା ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (ଓ ୟୁ ଟି ଆର୍) ର ଏନ ଏସ ଏସ ବ୍ୟୁରୋ ଦ୍ୱାରା ଏକ ସଫଳ ଦିନିକିଆ “ରକ୍ତଦାନ ଶିବିର”  ସକାଳ ୧୦ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଶ୍ଵବିଦ୍ୟାଳୟ ପରିସର ରେ ଆୟୋଜନ କରାଯାଇଥିଲା। ଏହି ଶିବିର ଭାରତୀୟ ରେଡ୍ କ୍ରସ୍ ସୋସାଇଟି, ଏଚ ଡି ଏଫ୍ ସି ବ୍ୟାଙ୍କ ସହ ମିଳିତ ଭାବରେ ଆୟୋଜନ କରାଯାଇଥିଲା  ଏବଂ ଏହା ଏପିଜେ ହଷ୍ଟେଲ ପରିସର ରେ ବ୍ୟବସ୍ଥା କରା ଯାଇଥିଲା ।

ଏନ ଏସ ଏସ ବିଭାଗ ୨, ୩ ଓ ୫ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଶ୍ଵ ବିଦ୍ୟାଳୟ ର କୁଳ ସଚିବ ଶ୍ରୀମତି ରେଣୁ ପ୍ରଭା ନାୟକ,ଡିନ ଗବେଷଣା ବିଭାଗ ଶ୍ରୀ ଶ୍ରୀବତ୍ସ ବେହେରା ଏବଂ ଏନ୍ ଏସ ଏସ ପ୍ରୋଗ୍ରାମ ସଂଚାଳକ ପ୍ରଫେସର୍ ସବିତା ଦାସ ମିଳିତ ଭାବେ ଉଦଘାଟନ କରିଥିଲେ। ଏହା ସହ ୟୁନିଟ୍ ୨ ପ୍ରୋଗ୍ରାମ ଅଫିସର ପ୍ରଫେସର୍ ରୋଜାଲିନ ଦଳାଇ, ୟୁନିଟ ୩ ପ୍ରୋଗ୍ରାମ ଅଫିସର ପ୍ରଫେସର୍ ଟ୍ୱିଙ୍କଲ କିସ୍କୁ, ୟୁନିଟ ୫ ପ୍ରୋଗ୍ରାମ ଅଫିସର ପ୍ରଫେସର୍ ଜିତେନ୍ଦ୍ର ନାୟକ , ପ୍ରମୁଖ ଉପସ୍ଥିତ ରହିଥିଲେ । ତଥା ସମସ୍ତ ବିଭାଗ ର ମୁଖ୍ୟ ପ୍ରାଧ୍ୟାପକ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ଆଗକୁ ବଢାଇ ଥିଲେ। ଏହି ଶିବିର ରେ ବିଶ୍ଵବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ଉପସ୍ଥିତ କର୍ମକର୍ତ୍ତା ମାନଙ୍କ ଠାରୁ ରେକର୍ଡ ମୁତାବକ ସର୍ବମୋଟ ୨୫୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ଯାହାକି  ସ୍ଥାନୀୟ ହସ୍ପିଟାଲ୍ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନିଶ୍ଚିତ ଭାବେ ଏକ ଗୁରୁତତ୍ୱପୂର୍ଣ୍ଣ ଭୂମିକା ବହନ କରିବ।

Leave a Reply

Your email address will not be published. Required fields are marked *