ବୁଲେଟ ସହ ନିଶା ମାଫିଆ ଙ୍କୁ ମାଡି ବସିଲା ଅବକାରୀ ବିଭାଗ।

୧୧୯ ଗ୍ରାମ ବ୍ରାଉନସୁଗାର ସହ ୨ ଅଭିଯୁକ୍ତ ଗିରଫ।।

ଜଗତସିଂହପୁର ୨୧/୦୭/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ଜେ ସୋନାଲଙ୍କ ନିର୍ଦ୍ଦେଶ କ୍ରମେ ଓ ଜଗତସିଂହପୁର ଅବକାରୀ ଅଧିକ୍ଷକ ଶ୍ରୀମତି ଅନିତା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ରେ ଆଜି ୨୧/୦୭/୨୦୨୬ ତାରିଖରେ ଜଗତସିଂହପୁର ଅବକାରୀ ରେଞ୍ଜ, ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥା ଏବଂ ଜଗତସିଂହପୁର ଅବକାରୀ ଥାନା ମିଳିତ ଭାବେ ଚଢାଉ କରି ଦୁଇ ନିଶାମାଫିଆ ଙ୍କୁ ଗିରଫ କରିବା ସହ ନିଶା ବେପାର ରେ ବ୍ୟବହୃତ ଏକ ରୟାଲ ଏନଫିଲ୍ଡ ମୋଟର ସାଇକେଲ ଓ ଏକ ଆଣ୍ଡ୍ରଏଡ ଫୋନ ଜବତ କରିଛନ୍ତି।

ଆଜି ଜଗତସିଂହପୁର ଅବକାରୀ ରେଞ୍ଜ ଇନ୍ସପେକ୍ଟର ସ୍ମିତା ପଣ୍ଡା ଓ ଭ୍ରାମ୍ୟମାଣ ସଂସ୍ଥାର ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀଙ୍କ ନେତୃତ୍ବରରେ ଦୁଇଟି ଟିମ ଗଠନ ହୋଇଥିଲା।

ସୂଚନାଯୋଗý ଯେ ଜଗତସିଂହପୁର ଥାନା ଅନ୍ତର୍ଗତ ବାଇଜଙ୍ଗା ଗ୍ରାମର ଲିଙ୍ଗରାଜ ଲେଙ୍କା ଙ୍କ ପୁଅ ଜୀବନ ପ୍ରକାଶ ଲେଙ୍କା (୩୩) ଦୀର୍ଘ ଦିନ ଧରି ଗୁମୁଟିପୁର ଏବଂ ଆଖପାଖ ଅଞ୍ଚଳରେ ବିଶେଷ କରି ଯୁବବର୍ଗମାନଙ୍କୁ ଟାର୍ଗେଟ କରି ହେରୋଇନ ବିକ୍ରି କରୁଥିବା ସମ୍ପର୍କ ରେ ଜଗତସିଂହପୁର ଅବକାରୀ ରେଞ୍ଜ କୁ ଅଭିଯୋଗ ମିଳିଥିଲା। ଅଭିଯୁକ୍ତ ଜଣଙ୍କ ଜଣେ ପେଶାଦାର ବ୍ରାଉନସୁଗାର ବେପାରୀ ହୋଇଥିବା ବେଳେ ଗ୍ରାହକଙ୍କୁ ଯୋଗାଣ ଉଦ୍ଦେଶýରେ ସେ ଆଜି ହେରୋଇନ୍ ରଖିଥିବାର ସୂଚନା ପାଇବା ପରେ ଜଗତସିଂହପୁର ଅବକାରୀ ରେଞ୍ଜ ର ନିରିକ୍ଷକ ସ୍ମିତା ପଣ୍ଡାଙ୍କ ନେତୃତ୍ବରରେ କନେଷ୍ଟବଳ ସବିତା ନାୟକ, ଅନୁରାଗ ସୂର୍ଯ୍ୟବଂଶୀ, ଲକ୍ଷ୍ମୀନାରାୟଣ ମଲ୍ଲିକ ଙ୍କୁ ନେଇ ଗଠିତ ଟିମ୍ ଅଭିଯୁକ୍ତଙ୍କ ଗତିବିଧି ଉପରେ କଡା ନଜର ରଖିଥିଲେ। ଅଭିଯୁକ୍ତ ଜଣଙ୍କ ଦିନ ଦ୍ବିପ୍ରହର ରେ ଗ୍ରାହାକଙ୍କ ସହ ଡିଲ୍ କରୁଥିବାବେଳେ ଜଗତସିଂହପୁର ଅବକାରୀ ରେଞ୍ଜ ର କର୍ମଚାରୀ ଅଭିଯୁକ୍ତଙ୍କୁ ଗୁମୁଟିପୁର ବସ ଷ୍ଟାଣ୍ଡ ଠାରେ  ରୟାଲ ଏନଫିଲ୍ଡ ମୋଟର ସାଇକେଲ ସହ ମାଡିବସିଥିଲେ। ଯାଞ୍ଚ ପରେ ତାଙ୍କ ପାଖରୁ ୮୦ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଥିଲା।

 ଅଭିଯୁକ୍ତ ଙ୍କ ଠାରୁ ତଥý ବାହାର କରି ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀଙ୍କ ନେତୃତ୍ବରରେ ସବ୍ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ, କନଷ୍ଟେବଳ ବିଶ୍ବରଞ୍ଜନ ସ୍ବାଇଁ, ସୁକାନ୍ତ ମାଝୀ, ଶୁଭଶ୍ରୀ ବିଶ୍ବାଳ ଙ୍କୁ ନେଇ ଗଠିତ ଟିମ ଜଗତସିଂହପୁର ଥାନା ଅନ୍ତର୍ଗତ ଗାଲୁପଡା ଠାରେ ଚଢାଉ କରି ତାଙ୍କର ସହଯୋଗୀ ଗାଲୁପଡାର ସୂର୍ଯ୍ୟନାରାୟଣ ମହାନ୍ତି (୩୮) ଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ୩୯ ଗ୍ରାମର ବ୍ରାଉନସୁଗାର ସହ ଏକ ଆଣ୍ଡ୍ରଏଡ ଫୋନ ଜବତ କରିଛନ୍ତି।

  ଜବତ ହେରୋଇନ୍ ସହ ମଟରସାଇକେଲ ର ଆନୁମାନିକ କଳାବଜାରୀ ମୂଲý ପ୍ରାୟ ୧୩ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଉପ ଅଧିକ୍ଷକ ଆଦ୍ୟାଶା ସ୍ବାଇଁ ପ୍ରକାଶ କରିଛନ୍ତି। ଅଭିଯୁକ୍ତମାନଙ୍କୁ ଦୁଇଟି ପୃଥକ ପୃଥକ ମାମଲାରେ ଜିଲ୍ଲା ଦୌରାଜଜ ଜଗତସିଂହପୁରଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଇଛନ୍ତି।

 ନାର୍କୋଟିକ୍ସ ବ୍ୟବସାୟ ବିରୁଦ୍ଧରେ ଚଢାଉ କୁ ଅଧିକ ତୀବ୍ରତର କରାଯିବ ସହ ଶୂନýସହନଶୀଳ ନୀତିରେ ଏହି ବ୍ୟବସାୟ ସହିତ ଜଡିତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଗାମୀ ଦିନରେ ଅବକାରୀ ବିଭାଗ ତାର ପ୍ରୟାସ ଜାରି ରଖିବ ବୋଲି ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ ପ୍ରକାଶ କରିଛନ୍ତି। ଅବକାରୀ ବିଭାଗ କୁ ଅଭିଯୁକ୍ତମାନଙ୍କ ର ଲୋକେସନ ଏବଂ କଲ ଟ୍ରାକିଙ୍ଗ ର ସୁବିଧା ପ୍ରଦାନ କରଗଲେ ଅବକାରୀ ବିଭାଗ ଅଧିକ କ୍ରିୟାଶୀଳ ହୋଇପାରିବ ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *