ରାଜ୍ୟପାଳଙ୍କୁ ଟେରାକୋଟା ସଂପର୍କିତ ପୁସ୍ତକ “ଆର୍ଥେନ ଆଫାୟାର୍ସ” ପ୍ରଦାନ ।

ଭୁବନେଶ୍ୱର, ୨୦/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଅବସରପ୍ରାପ୍ତ ପ୍ରଶାସକ, ବିଶିଷ୍ଟ ଲେଖକ-ତଥା-ଗବେଷକ ରାଜା ପରିଜା ଚଳିତ ଡିସେମ୍ବର ୨୦ ତାରିଖ ଶୁକ୍ରବାର ଦିନ ରାଜଭବନଠାରେ ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରି ତାଙ୍କ ଦ୍ୱାରା ଲିଖିତ “ଆର୍ଥେନ ଆଫାୟାର୍ସ” ପୁସ୍ତକ ପ୍ରଦାନ କରିଛନ୍ତି ।
ଏହି ପୁସ୍ତକରେ ଟେରାକୋଟା ସଂପର୍କିତ ଇତିହାସ, ଐତିହ୍ୟ, ପରଂପରା ଓ ବର୍ତମାନର ସ୍ଥିତି ସଂପର୍କରେ ଅନେକ ତଥ୍ୟ ଫଟୋ ସହ ସନ୍ନିବେଶିତ ହୋଇଛି । ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଟେରାକୋଟା, ମହାପ୍ରସାଦ ନିମନ୍ତେ କୁଡ଼ୁଆର ବ୍ୟବହାର, ଶ୍ରୀ ମନ୍ଦିର ନୀତିକାନ୍ତିରେ ମାଟି ନିର୍ମିତ ସାମଗ୍ରୀର ବ୍ୟବହାର, ଜନସାଧାରଣଙ୍କ ଚଳଣି ତଥା ଜୀବନଚର୍ଯ୍ୟାରେ ମାଟି ନିର୍ମିତ ସାମଗ୍ରୀ ସଂପର୍କିତ ତଥ୍ୟ ଚିତ୍ରଣ ହୋଇଛି । ବିଶେଷତଃ ପ୍ରାଚୀନ ସଭ୍ୟତା ସମୟରୁ ଏପର୍ଯ୍ୟନ୍ତ ମାଟି ସହିତ ଆମ ସଭ୍ୟତା, ସମାଜ ଓ ସଂସ୍କୃତି କିପରି ଜଡ଼ିତ ହୋଇ ରହିଛି ଲେଖକ ଶ୍ରୀ ରାଜା ପରିଜା ଉକ୍ତ ପୁସ୍ତକରେ ପରିସ୍ଫୁଟନ କରିଛନ୍ତି ।
-୦-
ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀଙ୍କ ସୌଜନ୍ୟରୁ

Leave a Reply

Your email address will not be published. Required fields are marked *