୩୮ ଜଣଙ୍କୁ ନୂତନ ରାସନ୍ କାର୍ଡ ଓ ୪୧ ଜଣଙ୍କୁ ଭତ୍ତା ବଣ୍ଟନ
ଭୁବନ,୨୫/୦୪/୨୦୨୫ (ଓଡ଼ିଶା ସମାଚାର)- ଭୁବନ ପଞ୍ଚାୟତ ସମିତି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ଥାନୀୟ ବାଜି ରାଉତ କଲ୍ୟାଣ ମଣ୍ଡପ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ବିଡିଓ ସୁଶ୍ରୀ ଆୟୁଶି ମହାପାତ୍ର ଙ୍କ ଅଧ୍ୟକ୍ଷତା ଓ ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ବେଜ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ପ୍ରେମାନନ୍ଦ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳ ର ବିକାଶ ରେ ଦେଶର ବିକାଶ ।
ପଞ୍ଚାୟତିରାଜ ବ୍ୟବସ୍ଥା କୁ ଅଧିକ କ୍ରିୟାଶୀଳ କରାଇ ଗ୍ରାମୀଣ ବିକାଶ କୁ ତ୍ୱରାନ୍ୱିତ କରି ଲୋକମାନଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇ ଦେବା ଏକମାତ୍ର ଲକ୍ଷ୍ୟ ହେଉ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ସଞ୍ଜୟ ଦାସ,ବ୍ଲକ ଅଧ୍ୟକ୍ଷା ସିପ୍ରା
ବରାଳ,ଉପାଧ୍ୟକ୍ଷ ଶ୍ରୀମତୀ ସରୋଜିନୀ ଦ୍ୱିବେଦୀ ଯୋଗଦେଇଥିଲେ ।
ମୁଖ୍ୟ ବକ୍ତା ଭାବେ ନଗରପାଳ ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ସାହୁ ଯୋଗଦେଇ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସର୍ବ ପ୍ରଥମେ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ଆରମ୍ଭ କରି ରାଜନୀତିରେ ମହିଳା ମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଏଥିରେ ଆଉ ପାଦେ ଆଗକୁ ଯାଇ ପଞ୍ଚାୟତିରାଜ ବ୍ୟବସ୍ଥା ରେ ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରି ମା ମାନଙ୍କୁ ଓଡ଼ିଶା ବିକାଶ ର ସାରଥୀ କରିଥିଲେ ବୋଲି କହିଥିଲେ । ଏହି ଅବସରରେ ଏନ୍ ଏ ସି ର ୪୧ ଜଣଙ୍କୁ ବାର୍ଦ୍ଧକ୍ୟ,ବିଧବା ଓ ଭିନ୍ନକ୍ଷମ ଭତ୍ତା ଦିଆଯାଇଥିଲା ଓ ବ୍ଲକ ଏବଂ ଏନ୍ ଏ ସି ରୁ ସମୁଦାୟ ୩୮ ଜଣଙ୍କୁ ନୂତନ ରାସନ୍ କାର୍ଡ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ,ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିଲେ । ଏନ୍ ଏ ସି ଏବଂ ବ୍ଲକ ର ସମସ୍ତ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ପହଲଗାଁ ଆତଙ୍କି ହମଲା ରେ ମୃତକ ଙ୍କ ଅମର ଆତ୍ମାର ସଡଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
