ବନ୍ୟାଞ୍ଚଳ ପରିଦର୍ଶନ କଲେ ପୁର୍ବତନ ବିଧାୟକ ସୁଧିର ସାମଲ

ଢେଙ୍କାନାଳ, ୧୮/୦୭/୨୦୨୬ (ଓଡ଼ିଶା ସମାଚାର)-  ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଛଦେଶ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷାରେ ହୋଇଥିବା ବନ୍ୟାଞ୍ଚଳକୁ ଶନିବାର ମଧ୍ୟାହ୍ନରେ ପୁର୍ବତନ ବିଧାୟକ ସୁଧିର କୁମାର ସାମଲ ପରିଦର୍ଶନ କରିଛନ୍ତି । ଛଦେଶ ଅଞ୍ଚଳର କାକୁଡି ଭାଗ , ବାଲ୍ୟମ୍ବା . ଓଉଖମା , ସରାକ ପାଟଣା ପ୍ରଭୃତି ଅଞ୍ଚଳ ପରିଦର୍ଶନ କରି ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ ।

ସାପୁଆ ନଦୀର  ଜଳ ସ୍ଥର ବୃଦ୍ଧି ଘଟି ବହୁ ଗାଁ ଗଣ୍ଡାରେ ପାଣି ପଶିଯାଇଥିବା ଫଳରେ କିଛି ଗ୍ରାମ ଆଜି ମଧ୍ୟ ବାହ୍ୟ ଜଗତରୁ  ବିଛିନ୍ନ ହୋଇରହିଛନ୍ତି  । ପଶାସନ ତରଫରୁ ନାମକୁ ମାତ୍ର କେତେକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରି  ସମସ୍ତଙ୍କୁ ରିଲିଫ ଯୋଗଇଦେବା କଥା କହିବା ଅତ୍ୟନ୍ତ ଦଃୁଖଦାୟକ ଓ ଚିନ୍ତା ଜନକ ବିଷୟ  । ତୁରନ୍ତ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତଙ୍କୁ ରିଲିଫ ଦେବା ସହିତ ଯେଉଁମାନଙ୍କର ଆବଶ୍ୟକ ଅଛି ସେମାନଙ୍କୁ ଜରିପାଲ ଯୋଗାଇ ଦେବାକୁ ଦାବି କରିଥିଲେ ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ସାମଲ ।

ସାପୁଆ ନଦୀକୁ ପୁନରୁଉଦ୍ଧାର କରାନଗଲେ  ପରବର୍ତ୍ତୀ ସମୟରେ ଛଦେଶ ଅଞ୍ଚଳର କିଛି ଗାଁ ସାପୁଆ ନଦୀରେ ସମ୍ପୂର୍ଣ୍ଣ ଲୀନ ହୋଇଯିବ । ଏଣୁ ମୁଖ୍ୟମନ୍ତ୍ରୀ ଏହା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ସାପୁଆ ନଦୀର ପୂର୍ବସ୍ଥିତି ଫେରାଇ ଆଣିବା ପାଇଁ  ପୁର୍ବତନ ବିଧାୟକ ସୁଧିର କୁମାର ସାମଲ ନିବେଦନ କରିଛନ୍ତି ।  ଏହି ପରିଦର୍ଶନ ସମୟରେ  ଜିଲାପରିଷଦ  ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ , ବିଜେଡି ଜିଲା କାର୍ଯ୍ୟକାରୀ ସଭାପତି ନରୋତ୍ତମ ସାହୁ, ଜିଲାପରିଷଦ ସଦସ୍ୟ ଅଶୋକ କୁମାର ପରିଡା, ସୁରଜ ମହାପାତ୍ର, ଅଖିଳ ଲେଙ୍କା, ଅଖିଳ ରାଉତ, ଶୁଭ ପ୍ରସାଦ ପଣ୍ଡା,ମାନସ ମହାରଣାଙ୍କ ସମେତ ବହୁ ନେତୃବୃନ୍ଦ ପରିଦର୍ଶନରେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *