ଚିତ୍ରୋତ୍ପଳା ନଦୀରେ ଭାଷି ଗଲେ ଦୁଇ ଯୁବକ : ଉଦ୍ଧାର କାର୍ଯ୍ୟ ଅବ୍ୟାହତ 

 ସାଲେପୁର,୧୩/୦୫/୨୦୨୪ (ଓଡିଶା ସମାଚାର /ଅଭୟ ଜେନା)-ସାଲେପୁର ବ୍ଲକ ଅନ୍ତର୍ଗତ ଜଳହରି ଗ୍ରାମ ନିକଟସ୍ଥ ଚିତ୍ରୋତ୍ପଳା ନଦୀରେ ଦୁଇଜଣ ଯୁବକ ଭାଷି ଯାଇଥିବା ସୂଚନା ମିଳିଛି । ପ୍ରକାଶ ଯେ,ପାଞ୍ଚ ଜଣ ଯୁବକ ଆଜି ଅପରାହ୍ନ ରେ ଜଳହରି ଘାଟରେ ଗାଧୋଇବା ବେଳେ ଦୁଇ ଜଣ ଭାଷି ଯାଇଥିଲେ । ଅନ୍ୟ ତିନିଜଣ ଏଥିରୁ ବର୍ତ୍ତୀ ଯାଇଥବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଉକ୍ତ ସ୍ଥାନରେ ଗଭୀର ପାଣି ଥିବାରୁ ଉଦ୍ଧାର କାର୍ଯ୍ୟ କଷ୍ଟକର ହେଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।  ଉକ୍ତ ଯୁବକ ମାନେ ରାଇସୁଂଗୁଡା ଅଞ୍ଚଳ ର ସଂଖ୍ୟାଲଘୁ ସମ୍ପ୍ରଦାୟ ର ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *