ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ଜାମିନବିହୀନ ଗିରଫ ପରୱାନା ଜାରି

କଟକ,୧୩/୦୫/୨୦୨୪ (ଓଡ଼ିଶା ସମାଚାର)-  କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଆଜି ବି କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇନାହାନ୍ତି। ଆଗରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଓକିଲଙ୍କ ଜରିଆରେ ସେ କୋର୍ଟଙ୍କୁ ସମୟ ମାଗିଥିଲେ। ମାତ୍ର ଆଜି ପୁଣି ସମୟ ମାଗିବାରୁ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି। ଆଜି ଅନୁଭବଙ୍କ ନାଁରେ ଜାମିନବିହୀନ ଗିରଫ ପରୱାନା (ଏନ ବି ଡବ୍ଲ୍ୟୁ) ଜାରି ହୋଇଛି । ଆଗାମୀ ୨୩ ତାରିଖ ସୁଦ୍ଧା ଏନ ବି ଡବ୍ଲ୍ୟୁ କାର୍ଯ୍ୟକାରୀ କରିବାକୁ ପୁରୀଘାଟ ଥାନାକୁ ସ୍ପେସାଲ ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ବର୍ଷାଙ୍କ ଘରୋଇ ହିଂସା ମାମଲାରେ  ଜେଏମଏଫସି ସ୍ଵତନ୍ତ୍ର କୋର୍ଟ ତାଙ୍କୁ ଓ ତାଙ୍କ ସହଯୋଗୀ ଖଗେନ୍ଦ୍ର ସାହୁ ଓ ସୁଜିତ ଦଳେଇଙ୍କୁ ଚାର୍ଜ ଫ୍ରେମ କରିଥିଲେ।

ଚାର୍ଜଫ୍ରେମ୍‌ ପାଇଁ ଅନୁଭବ ହାଜର ନ ହୋଇ ବାରମ୍ବାର ସମୟ ମାଗୁଥିଲେ । ଚାର୍ଜଫ୍ରେମ ପାଇଁ ହାଜର ନ ହେବାରୁ କୋର୍ଟ ଏନ୍‌ବିଡବ୍ଲ୍ୟୁ ଜାରି କରିଛନ୍ତି। ଆସନ୍ତା ୨୩ ତାରିଖ ସୁଦ୍ଧା ଓ୍ବାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଥିବା ସରକାରୀ ଓକିଲ ଆଫ୍ରୋଜ ଅହମ୍ମଦ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *