ସତ୍ୟନଗର ଲେଡ଼ିଜ ଫୋରମର ମାତୃଦିବସ ପାଳନ ଉତ୍ସବ

ଭୁବନେଶ୍ୱର,୧୩/୦୫/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ୧୨ ମଇ, ରବିବାର ଦିନ ବୁଦ୍ଧ ମନ୍ଦିର, ୟୁନିଟ – ୯ ପ୍ରାଙ୍ଗଣରେ ସତ୍ୟନଗର ଲେଡ଼ିଜ ଫୋରମ ତରଫରୁ ବିଶ୍ୱ ମାତୃତ୍ୱ ଦିବସ ପାଳନ ଉତ୍ସବ – ୨o୨୪  ଆୟୋଜିତ ହୋଇଯାଇଛି । ଏଥିରେ  ଅତିଥି ରୂପେ ପ୍ରତିଭା ମହାରଥୀ, ରୋଜାଲିନ ପାଟଶାଣୀ ମିଶ୍ର, ଅମୀୟବାଲା ପରିଡା, ଶ୍ରୁତକୀର୍ତ୍ତି ତ୍ରିପାଠୀ, ଡ଼ ସୁତପା ବିଶ୍ୱାସ ଏବଂ ୟାସମିନ ହବିବ ଆଦି ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀନିବାସ ରାଓଙ୍କ ତତ୍ୱାବଧାନରେ ସାଧନା ମ୍ୟୁଜିକାଲ ଗ୍ରୁପ ଏବଂ ସତ୍ୟନଗର ଏସବିଆଇ ବ୍ରାଞ୍ଚ ମ୍ୟାନେଜର ଦିଲୀପ ପରିଡା ସଙ୍ଗୀତ ପରିବେଷଣ କରିଥିଲେ । ‘ ଓଡ଼ିଆଣୀ ବେଶଭୂଷା ପ୍ରତିଯୋଗିତା ‘ ରେ ସରୋଜିନୀ ମିଶ୍ର, ମନୋରମା ପାତ୍ର, ପ୍ରତିମା ମଣ୍ଡଳ ଏବଂ ରଞ୍ଜିତା ପାଟ୍ଟନାୟକ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଏବଂ ସାନ୍ତ୍ୱନାମୂଳକ ପୁରସ୍କାର ଲାଭ କରିଥିଲେ । ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶେଷରେ ପୁରସ୍କାର ବିତରଣ ଉତ୍ସବ କରାଯାଇଥିଲା । ସତ୍ୟନଗର ଲେଡ଼ିଜ ଫୋରମର ସଦସ୍ୟା ଶୁଭେଦିତା ରାୟ, ପ୍ରତିମା ତ୍ରିପାଠୀ, ଦୀପ୍ତି ବେହେରା, ସରିତା ପଟ୍ଟନାୟକ, ଦିପ୍ତୀପ୍ରଭା ରଥ, ଉମା ଶତପଥୀ, କାଜଲ ମହାପାତ୍ର, ସୋନାଲି ମହାପାତ୍ର, ସ୍ବର୍ଣ୍ଣବାଳା ନାୟକ, ବିଦ୍ୟୁତପ୍ରଭା ଦାସ ଓ ରୀନା ନାୟକ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମକୁ ଅନସୂୟା ସାହୁ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ ଏହାକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *