ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ପ୍ରାକ୍ତନୀ ସଂଗଠନର ନୂତନ ୱେବ୍ ସାଇଟ୍ ର ଶୁଭ ଉନ୍ମୋଚନ

ଭୁବନେଶ୍ୱର,୨୮/୧୧/୨୦୨୩ (ଓଡ଼ିଶା ସମାଚାର)-ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପ୍ରାକ୍ତନୀ ସଂଗଠନ ଦ୍ୱାରା ତା.୨୬.୧୧.୨୦୨୩ରିଖ ଦିନ ଭାରତୀୟ ବିଦ୍ୟାଭବନ ଠାରେ ଦିବା ଘ.୧୧.୩୦ମି. ସମୟରେ ନୂତନ ୱେବ୍ ସାଇଟ୍ ର ଶୁଭ ଉନ୍ମୋଚନ ହୋଇଯାଇଛି । ଏଥିରେ ଶ୍ରୀଯୁକ୍ତ ଦିଲ୍ଲୀପ ରାଉତରାୟ (ଭା.ପ୍ର.ସେ) ନିର୍ଦ୍ଧେଶକ, ଓଡ଼ିଶା, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର, ମୁଖ୍ୟ ଅତିଥିଏହା ସହିତ ସମ୍ମାନୀୟ ଅତିଥିଭାବେ ଓଡ଼ିଶାର କଳା ଐତିହାସିକ, ଡ଼. ଅଲେଖ ଚରଣ ସାହୁ, ସମ୍ପାଦକ ଓଡ଼ିଶା ଲଳିତକଳା ଏକାଡ଼େମୀ, ଡ଼. ପଂଚାନନ ସାମଲ, ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ କୁମାର ମଲ୍ଲିକ, ପ୍ରାକ୍ତନୀ ସଂଗଠନର ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଅସିତ୍ କୁମାର ପଟ୍ଟନାୟକ ଯୋଗ ଦେଇ ସଭାକୁ ଶୋଭାବର୍ଦ୍ଧିତ କରିଥିଲେ ।
ଏହା ସହିତ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଉପସଭାପତି ଶ୍ରୀ ବିପିନ୍ ବିହାରୀ ମାର୍ଥା, ସାଧାରଣ ସମ୍ପାଦକ ଡ଼. ରେବତିକାନ୍ତ ମହାରଣା ଓ ସହସମ୍ପାଦକ ଶ୍ରୀ କୈଳାସ ଚନ୍ଦ୍ର ପୃଷ୍ଟି, ଶ୍ରୀ କାଳୀଚରଣ ପାଢ଼ୀ, ଶ୍ରୀ ନିକୁଞ୍ଜ ବିହାରୀ ଦାସ, ଶ୍ରୀ ଧର୍ମପଦ ବିଶ୍ୱାଳ, ଶ୍ରୀ ଅମୟ କୁମାର ଦାସ, ଶ୍ରୀ ଅଶୋକ କୁମାର ପଟ୍ଟନାୟକ, ଶ୍ରୀ ରାଜବଲ୍ଲଭ ସାହୁ, ଶ୍ରୀ ଅମରେନ୍ଦ୍ର ମହାରଣା, ଶ୍ରୀ ଶକ୍ତିପଦ ମଣ୍ଡଳ, ଶ୍ରୀ ଜୟନ୍ତ କୁମାର ଦାସ, ଶ୍ରୀ ବସନ୍ତ ମହାରଣା, ଶ୍ରୀ ବିରଂଚି ପ୍ରସାଦ ସାହୁ, ଶ୍ରୀ ହରିହର ବେହେରା, ଶ୍ରୀ ପ୍ରିୟରଞ୍ଜନ ସାମନ୍ତ, ଶ୍ରୀ ଅଶ୍ୱିନୀ ବେହେରା, ଶ୍ରୀ ମିହିର ମହାନ୍ତି, ଶ୍ରୀ ଜତିନ୍ ମହାନ୍ତି, ଡ଼. ପର୍ଶୁରାମ ପଣ୍ଡା, ଶ୍ରୀମତୀ ବିନୀତା ଦାସ, ଶ୍ରୀମତୀ ତାପସି ଦାସ, ଶ୍ରୀମତୀ ଜ୍ୟୋତିଲକ୍ଷ୍ମୀ ସାହୁଏବଂ ଶ୍ରୀମତୀ ମନ୍ଦାକାନ୍ତ ସାହୁଏହିପରି ଅନେକ ପ୍ରାକ୍ତନୀ ସଂଗଠନର ଚିତ୍ରଶିଳ୍ପୀମାନେ ଯୋଗଦେଇଥିଲେ ।
ଏହି ୱେବ୍ ସାଇଟ୍ ମାଧ୍ୟମରେ ଖଲ୍ଲିକୋଟର ସମସ୍ତ ପ୍ରାକ୍ତନୀ ଛାତ୍ରଛାତ୍ରୀମାନଙ୍କୁ ଏକ ସୂତ୍ରରେ ବାନ୍ଧିବା ସହିତ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ କଳା ଓ କଳାକାରମାନଙ୍କର ପ୍ରଚାର ଓ ପ୍ରସାର, ତାହାସହିତ ପ୍ରାକ୍ତନୀ ସଂଗଠନ ଦ୍ୱାରା ବାର୍ଷିକ ବିବରଣୀ,ଆଗାମୀ ଦିନରେ ପ୍ରାକ୍ତନୀ ସଂଗଠନ ଦ୍ୱାରା ଭୁବନେଶ୍ୱରରେ ହେବାକୁ ଥିବା କଳାମେଳାର ସମସ୍ତ ବିଷୟବସ୍ତୁକୁ ଏହି ୱେବ୍ ସାଇଟ୍ ରେ ସ୍ଥାନିତ କରାଯାଇଛି ।ଏହାଦ୍ୱାରା ଅନେକ ଚିତ୍ରଶିଳ୍ପୀମାନଙ୍କ ପାଖରେ ଅତି ସହଜରେ ଅନେକ ବାର୍ତା ପହଂଚି ପାରିବ ବୋଲି ପ୍ରାକ୍ତନୀ ସଂଗଠନ ଆଶାବାଦୀ ।
ପରିଶେଷରେ ଶ୍ରୀଯୁକ୍ତ ଦିଲ୍ଲୀପ ରାଉତରାୟ (ଭା.ପ୍ର.ସେ) ନିର୍ଦ୍ଧେଶକ, ଓଡ଼ିଶା, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର, ମୁଖ୍ୟ ଅତିଥିଭାବେ ଯୋଗଦେଇ ଆଗାମୀ ଦିନରେ ହେବାକୁଥିବା କଳାମେଳା ଉପରେ ଅନେକ ଚର୍ଚ୍ଚା କରିଥିଲେ ଏବଂ ବିଭାଗୀୟ ତରଫରୁ ଅନେକ ସହଯୋଗର ପ୍ରତିଶୃତି ଦେଇଥିଲେ ।

Leave a Reply

Your email address will not be published. Required fields are marked *