ଚକ୍ରୋଡା ଗ୍ରାମପଂଚାୟତରେ ବିଜେଡିର ବନ୍ଧୁମିଳନ

କେନ୍ଦ୍ରାପଡ଼ା,୧୨/୦୫/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର କଚେରିଡିହ ଠାରେ ବିଜୁଜନତାଦଳର ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲା ବିଜେଡିର ବରିଷ୍ଠ ନେତା ପ୍ରଦୀପ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବନ୍ଧୁମିଳନ ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା ଯୋଗଦେଇ ଦଳର ସମସ୍ତ କର୍ମୀମାନେ ଏକମନ ଓ ଏକପ୍ରାଣ  ହୋଇ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାନସଭା ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କୁ ଜୁନ ୧ତାରିଖରେ ଜୋଡିଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ମୋହର ଦେଇ ନବୀନବାବୁଙ୍କ ହାତମୁଠାକୁ ଟାଣ କରିବା  ସେଙ୍ଗ ସେଙ୍ଗ ଷଷ୍ଠଥର ନିମନ୍ତେ ଓଡିଶାର ମୁଖ୍ୟମନ୍ତ୍ରୀ କରିବାକୁ ନିବେଦନ କରିଥିଲେ । ରାଜ୍ୟର ବିକାଶ ଜାରି ରଖିବାକୁ ହେଲେ କେବଳ ନବୀନବାବୁ ହିଁ ମୁଖ୍ୟମନ୍ତ୍ରୀ ହେବା ଆବଶ୍ୟକ ବୋଲି ଶ୍ରୀ ବେହେରା ଆହ୍ୱାନ ଦେଇଥିଲେ । ଏହି ବୈଠକରେ ୬ନମ୍ବର ଜୋନର ଜିଲା ପରିଷଦ ସଦସ୍ୟା ନିର୍ମଳା ମହାନ୍ତି, ଜିଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ପଂଚାୟତ ବିଜେଡି ସଭାପତି ଗୌରାଙ୍ଗ ଚରଣ ଲେଙ୍କା, ଚକ୍ରୋଡା ପଂଚାୟତର ସରପଂଚଙ୍କ ପ୍ରତିନିଧି ନିରଞ୍ଜନ ନାୟକ, ପୂର୍ବତନ ସରପଂଚ ଉତମ ମଲିକ, ବିଜେଡିର ବରିଷ୍ଠ ନେତା ରାମଚନ୍ଦ୍ର ରାଉତ, ପ୍ରଫୁଲ୍ଲ ଚରଣ ଦାସ, କାର୍ତିକ ଚନ୍ଦ୍ର ଦାଶ, ଜଗବନ୍ଧୁ ନାୟକ, ମନୋଜ କୁମାର ନାୟକ, ବାପିନା ମଲିକ, ନଟବର  ଦାସ, କାହ୍ନୁ ଚରଣ ମହାରଣା, ବୁବୁନା ଜେନା, ଅଭିମନୁ୍ୟ ବେହୁରା, ସୌମେନ୍ଦ୍ର ମଲ୍ଲ, ଦିଲ୍ଲିପ କୁମାର ମହାନ୍ତି, ଅନନ୍ତ ଚରଣ ଜେନା, ବିଜୟ କୁମାର ମହାନ୍ତି, କାଙ୍ଗାଳି ଚରଣ ମଲିକ, ମନୋଜ କୁମାର ବେହେରା, ନବଘନ ରାଉତ, ଦୋଳଗୋବିନ୍ଦ ରାଉଳ, ମଙ୍ଗୁ ରାଉଳ, ସେକ ଆୟୁବ, ମୁସିଦା ବିବି, ଅଖିଳ ଚରଣ ସାହୁ, ପୁରୁଷୋତମ ସାହୁ, ଅଲେଖ ଚନ୍ଦ୍ର ବେହୁରା,ପ୍ରବୀର କୁମାର ମହାନ୍ତି ପ୍ରମୁଖ ଶତାଧିକ ବିଜେଡି କର୍ମୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହ ନବୀନବାବୁଙ୍କ ବିକାଶ ପଥରେ ସାମିଲ ହେବାକୁ ଶପଥ ନେଇଥିଲେ ।

Leave a Reply

Your email address will not be published. Required fields are marked *