ଗାଙ୍ଗପଡାରେ ଶତାଧିକ ବିଜେପି କର୍ମୀଙ୍କ ବିଜେଡିରେ ଯୋଗଦାନ

କେନ୍ଦ୍ରାପଡ଼ା,୧୨/୦୫/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଂଚାୟତରେ ବିଜୁଜନତାଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପଂଚାୟତ ଯୁବ ବିଜେଡି ସଭାପତି ଅସିତବନ୍ଧୁ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଜୁଜନତାଦଳର ଏହି ମିଶ୍ରଣପର୍ବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା, ଜିଲା ବିଜେଡି ସଭାପତି ଧିରେନ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷ ପ୍ରତାପନାରାୟଣ ମହାପାତ୍ର, ଓଡିଶା ମୋ ପରିବାର ସଂଯୋଜକ ହିରଣ୍ୟ କୁମାର ପଣ୍ଡା ଏବଂ ପୂର୍ବତନ ଜିଲା ପରିଷଦ ଉପାଧ୍ୟକ୍ଷା ମମତାରାଣୀ ଧଳ ପ୍ରମୁଖଙ୍କ ଉପସ୍ଥିତିରେ ଗାଙ୍ଗପଡା ପଂଚାୟତର ୬,୭,୧୩ ଓ ୧୫ ନମ୍ବର ୱାର୍ଡର ଶତାଧିକ ବିଜେପିକର୍ମୀ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କ ବିକାଶଧାରାରେ ଅନୁପ୍ରାଣିତ ହୋଇ ବିଜୁଜନତାଦଳରେ ଯୋଗଦେଇଛନ୍ତି । ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ବେହେରା ସେମାନଙ୍କୁ ଦଳିୟ ଉତରୀୟ ଓ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଦଳକୁ ସ୍ୱାଗତ କରିଥିଲେ । ପଂଚାୟତ ଯୁବ ବିଜେଡି ସଭାପତି ଶ୍ରୀ ଧଳ ଏହି ଅବସରରେ ସେମାନଙ୍କୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ସ୍ରୋତରେ ସାମିଲ ହୋଇ ଆଗାମୀ ଜୁନ ୧ତାରିଖରେ ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାନସଭା ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କୁ ଜୋଡିଶଙ୍ଖ ଚିହ୍ନରେ ଭୋଟଦେଇ ଜୟଯୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *