୮୮ତମ ଶିବ ଜୟନ୍ତୀ ଉପଲକ୍ଷେ ଶିବ ସନ୍ଦେଶ ରଥ ପରିକ୍ରମା କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ

ନିରାକାରପୁର, ୦୮/୦୩/୨୦୨୪ (ଓଡ଼ିଶା ସମାଚାର)- ମହାଶିବରାତ୍ରୀ ଉପଲକ୍ଷେ ୮୮ତମ ଶିବ ଜୟନ୍ତୀ ଅବସରରେ ଶିବ ସନ୍ଦେଶ ରଥ ପରିକ୍ରମା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡ଼ପୋଖରିଆ ପଞ୍ଚାୟତ ବୋଡଙ୍ଗରାପାଟଣା ପ୍ରଜପିତା ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ବରଦାନୀ ଭବନ ପରିସରରେ ବି. କେ ଅଭିମନ୍ୟୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବାବେଳେ ସମାଜସେବୀ ବି.କେ ସଚିନ ବଳିଆରସିଂହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ ପ୍ରତିଭା ମହାରଥୀ, ମୁଖ୍ୟ ବକ୍ତା ଭାବେ ଓମ ନିବାସ ଭୁବନେଶ୍ଵରର ମୁଖ୍ୟ ସଂଚାଳକ ବି.କେ ଗୀତ ଦିଦିଜୀ ,ସମ୍ମାନୀତ ଅତିଥି ଭାବେ ରାଜ୍ୟ ବିଜୁ ଜନତା ଦଳର ବରିଷ୍ଠ ଉପସଭନେତ୍ରୀ ବାସନ୍ତୀ ମହାପାତ୍ର, ଅର୍ଜୁନ ଭାଇ, ପୂର୍ବତନ ସରପଂଚ ସାଗର ବଳିଆରସିଂହ,ଅଲେଖ ଭାଇ ଓ ସଙ୍ଗୀତା ଭଉଣୀ , ଯଜ୍ଞସୀନ ଭଉଣୀ, ପ୍ରତିମା ଭଉଣୀ ପ୍ରମୁଖ ଉପସ୍ଥିତ ରହି ଭଲ କର୍ମ କଲେ ସଂସ୍କାର ବଦଳିଯିବ। ସମସ୍ତେ ପରମ ଆତ୍ମା ଜ୍ଞାନକୁ ପାଇବା ଆବଶ୍ୟକ। ପରମେଶ୍ଵର ପରମ ଆତ୍ମା ସମସ୍ତଙ୍କର ପିତା ବୋଲି ମତବ୍ୟକ୍ତ କରିଥିଲେ। ପ୍ରକାଶ ଥାଉ କି ସୁନ୍ଦର ଶିବ ସନ୍ଦେଶ ସହ ଘରେ ଘରେ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗତ ୩ ତାରିଖରୁ ଶିବ ସନ୍ଦେଶ ରଥ ହରିପୁର ଠାରୁ ବାହାରି ଉଜ୍ଜଲା ଗୋପିନାଥପୁର, ଉଦୟଗିରି, ବଡପାରୀ, ଝରିଆ ଓ ଗମ୍ଭାରୀମୁଣ୍ଡା, କୁହୁଡି, ରତନପୁର ପ୍ରମୁଖ ଗ୍ରାମ ରେ ପରିକ୍ରମା କରି ଶେଷରେ   ବଡ ଆଡ଼ମ୍ବରରେ ବଡପୋଖରିଆ ବୋଡଙ୍ଗରା ପାଟଣା ପରିକ୍ରମା ଶେଷ କରି ବରଦାନୀ ଭବନରେ ଉଦଯାପନୀ ସମାରୋହରେ ସାମିଲ ହୋଇଥିଲା। ଏହି ଅବସରରେ ବହୁ ସଂଖ୍ୟାରେ ବାବା ଙ୍କ ଭକ୍ତ ଭାଇ ଭଉଣୀ ମାନେ ଉପସ୍ଥିତ ରହି ଶିବ ବାବା ଙ୍କ ଆଶିଷ ଲାଭ କରିଥିଲେ।

Leave a Reply

Your email address will not be published. Required fields are marked *