ପାଇକା କେନାଲ ପାଣିରେ ଚାଷଜମି ଜଳମଗ୍ନ , ଚାଷୀ ହତାସ 

କଟକ ସଦର , ୧୯/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦୀର୍ଘ ୭୦ ବର୍ଷ ପରେ ମୃତ ପାଇକା ନଦୀ ଭିତରେ ଏକ କେନାଲ ଖୋଳାଯାଇ ନିକଟରେ ଆୟତପୁର ଠାରେ ମହାନଦୀ ରୁ ପାଣି ଛଡ଼ା ଯାଇଛି। ହେଲେ ନିଷ୍କାସନ ବିଭାଗ ର ତୃଟି ପୂର୍ଣ୍ଣ କାର୍ଯ୍ୟ ପାଇଁ ଏବେ ଦାମୋଦରପୁର ଠାରେ ୨୦ ଏକରରୁ ଊର୍ଦ୍ଧ୍ୱ ଧାନ ଚାଷ ଜମି ସମ୍ପୁର୍ଣ୍ଣ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି।

କେନାଲ ବନ୍ଧ କେବଳ ବାଲିରେ ହୋଇଥିବା ଏବଂ ବନ୍ଧ ଉପରେ ଦଳ ଗଦାହୋଇ ରହିଥିବା ରୁ କେନାଲ ପାଣି ଝରି ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଏଥିପାଇଁ ଚାଷୀ ମାନେ ଚିନ୍ତାମଗ୍ନ ଥିବା ବେଳେ ସ୍ଥାନୀୟ ଆୟତପୁର ସରପଂଚ ରାକେଶ ବେହେରା ଘଟଣା ସ୍ଥଳକୁ ପରିଦର୍ଶନରେ ଆଜି ମଙ୍ଗଳବାର ଦିନ ଯାଇଥିବା ବେଳେ କ୍ଷତିଗ୍ରସ୍ତ ଚାଷୀଙ୍କର ଆକ୍ରୋଶ ର ଶୀକାର ହୋଇଥିଲେ। ତୁରନ୍ତ ତୃଟିପୂର୍ଣ୍ଣ କାର୍ଯ୍ୟକୁ ଠିକ୍ କରିବା ଏଵଂ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ସରପଂଚ ଶ୍ରୀ ବେହେରା ଜିଲ୍ଲା ପ୍ରଶାସନ ଠାରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *