ଭୁବନେଶ୍ୱର,୨୫/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସୁବର୍ଣ୍ଣପୁର ଜିଲ୍ଲାର ଶ୍ରୀ ଭାସ୍କର ପ୍ରଧାନ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ କୃତ୍ରିମ ପ୍ରଜନନ ଟେକ୍ନିସିଆନ୍ ଭାବେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଶ୍ରୀ ପ୍ରଧାନ ଗ୍ରାମାଞ୍ଚଳରେ ଗୋପାଳକମାନଙ୍କୁ ସମର୍ପିତ ମନୋଭାବ ନେଇ ସେବା ଯୋଗାଇଦେବା ଫଳରେ ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି । ଜାତୀୟ ଦୁଗ୍ଧ ଦିବସ ଅବସରରେ ଆଜି ୨୬ ନଭେମ୍ବର ଦିନ ନୂଆଦିଲ୍ଲୀ ଠାରେ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯିବ ।
ରାଜ୍ୟରେ ପ୍ରାଣିପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବାରୁ ଶ୍ରୀ ପ୍ରଧାନଙ୍କ ଏହି ଜାତୀୟ ସମ୍ମାନପ୍ରାପ୍ତିରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଖୁସି ବ୍ୟକ୍ତ କରିଛନ୍ତି ।
-0-
ସୂର୍ଯ୍ୟ ମିଶ୍ର,ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ