ମୋ ଢେ଼ଙ୍କାନାଳ ଚ୍ୟାନେଲ ପକ୍ଷରୁ ୭ମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ 

  ଭୁବନ ୨୩/୧୧/୨୦୨୫ (ଓଡ଼ିଶା ସମାଚାର)- ନୂଆ ଭୁବନ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ଢେଙ୍କାନାଳ ଡିଜିଟାଲ ଚ୍ୟାନେଲ ପକ୍ଷରୁ ୭ମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଗୁରୁଦେବଜୀ ଫାଉଣ୍ଡେସନ ତରଫରୁ ମୋ ଢେ଼ଙ୍କାନାଳ ମହୋତ୍ସବ ଏବଂ ମୋ ପ୍ରତିଭା ମୋ ପରିଚୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।

ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଯଥା ଚିତ୍ରାଙ୍କନ, ପ୍ରବନ୍ଧ, ବକ୍ତୃତା, ସଙ୍ଗୀତ, ନୃତ୍ୟ ଓ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଭୁବନ ବ୍ଲକର ବିଭିନ୍ନ ସ୍କୁଲର ପ୍ରାୟ ୨୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇ ତାଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି ମହୋତ୍ସବକୁ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି  ଭାବେ ନୂଆ ଭୁବନ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଖଗେଶ୍ୱର ବେହେରା, ଭୁବନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଣେଶ୍ୱର ସାହୁ ଏବଂ ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ପ୍ରମୁଖ ଯୋଗଦେଇଥିଲେ ।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ମହେଶ ସାହୁ ଯୋଗ ଦେଇ ମୋ ଢେଙ୍କାନାଳର ଏହି ଅନନ୍ୟ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ଆୟୋଜକ ଏବଂ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ରୂପେ ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, ପୂର୍ବତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ପ୍ରମୁଖ ଯୋଗ ଦେଇଥିଲେ ।

 ଗୁରୁଦେବଜୀ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ମୋ ଢେଙ୍କାନାଳର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ପ୍ରଥମେ ମୋ ଢେଙ୍କାନାଳର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଚାରକ ରୂପେ ବିଜୟ କୁମାର ମିଶ୍ର, ଦୀପ୍ତିରଞ୍ଜନ ପାଲ ଙ୍କ ସମେତ ବରିଷ୍ଠ ସଦସ୍ୟ ସଦସ୍ୟା ଯୋଗଦେଇ ପ୍ରତିଭାର ମୂଲ୍ୟାଙ୍କନ କରି ଜିଲ୍ଲାସ୍ତରକୁ ମନୋନୀତ କରିଥିଲେ ।

 ଏହି ମହୋତ୍ସବର ବ୍ଲକ କମିଟିର ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ସାହୁ, ସଂଯୋଜକ ସରୋଜ କୁମାର ନାୟକ, ଗୁରୁଦେବଜୀ ଫାଉଣ୍ଡେସନର ପ୍ରତାପ ନାଏକ, ଶୁଭମଶ୍ରୀ ନାୟକ, ରିଙ୍କି ପରିଡ଼ା, ଲକ୍ଷ୍ମୀପ୍ରିୟା ସାହୁ, ମୌସୁମୀ ଦାଶ, ଭାଗ୍ୟଶ୍ରୀ ଦାସ, ଲାରାନ୍ୟା ପାବକୀଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ସଦସ୍ୟ ସନ୍ଦୀପ କର ପରିଚାଳନା କରିଥିବା ବେଳେ ଲିଟୁ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *