ବିଶ୍ଵ ରେଡକ୍ରସ ଦିବସ ପାଳିତ 

ଭୁବନ, ୦୯/୦୫/୨୦୨୪ (ଓଡ଼ିଶା ସମାଚାର)- ଭୁବନ ମହିଳା ହାୟର ସେକେଣ୍ଡାରୀ ସ୍କୁଲରେ ୟୁଥ୍ ରେଡକ୍ରସ ତରଫରୁ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। କାଉନସିଲର ନମିତା ଦ୍ବିବେଦୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ସୂପ୍ତିମୟୀ ସେନ ବିଶ୍ଵ ରେଡକ୍ରସ ଦିବସ ପାଳନ ର ତାତ୍ପର୍ଯ୍ୟ ଓ ରେଡକ୍ରସ ପ୍ରତିଷ୍ଠାତା ହେନେରି ଡୁନାଡ ଙ୍କ ସମ୍ପର୍କ ରେ ଆଲୋକପାତ କରିଥିଲେ । ଅଧ୍ୟାପକ ଶାନ୍ତନୁ କୁମାର ମିଶ୍ର,ଅଧ୍ୟାପକ ସୁଧାଂଶୁ  ଶେଖର ଓଝା,ଅଧ୍ୟାପିକା ମଞ୍ଜୁସା ମଞ୍ଜରୀ ମିଶ୍ର,ପ୍ରଣତି ବେହେରା,ବିଜୟ କୁମାର ପୃଷ୍ଟି ପ୍ରମୁଖ ଯୋଗଦେଇ ରେଡକ୍ରସ ପ୍ରତିଷ୍ଠାତା ଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଅନୁରୂପ ଭାବେ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ୟୁଥ୍ ରେଡକ୍ରସ ଆନୁକୁଲ୍ୟରେ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବ ରେ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ୟୁଥ୍ ରେଡକ୍ରସ ସଂଯୋଜିକା ଅଧ୍ୟାପିକା ଅନୁପମା ମିଶ୍ର ଙ୍କ ତତ୍ତ୍ଵାବଧାନରେ ଅଧ୍ୟାପିକା ଡ଼ଃ ମମତା ପାତ୍ର, ପ୍ରମିଳା ଦାସ,ସୁଶ୍ରୀ ସମ୍ବେଡିତା ସ୍ୱାଇଁ,ଅଧ୍ୟାପକ ନିରଞ୍ଜନ ନାୟକ ଉପସ୍ଥିତ ରହି ରେଡକ୍ରସ ଜନକ ହେନେରୀ ଡୁନାଡ ଙ୍କ ସମ୍ପର୍କରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *