ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ପୁରସ୍କାର ବିତରଣ ଉତ୍ସବ

                                       ଗାନ୍ଧୀ ଥିଲେ ସର୍ବଶ୍ରେଷ୍ଠ ମଣିଷ

କେନ୍ଦ୍ରାପଡ଼ା, ୦୨/୧୦/୨୦୨୬ (ଓଡ଼ିଶା ସମାଚାର)- ଗାନ୍ଧୀ ଥିଲେ ଆଧୁନିକ ବିଶ୍ୱ ଇତିହାସର ସର୍ବଶ୍ରେଷ୍ଠ ମଣିଷ । ତାଙ୍କୁ ପଢି ବୁଝିଲେ ଜୀବନକୁ ଜୀଇଁବାର ରାସ୍ତା ସହଜ ହୋଇଯାଏ । ବ୍ୟକ୍ତି ଠୁଁ ସମୂହ ତଥା ବିଶ୍ୱ ସମସ୍ୟା ସମାଧାନର ସମସ୍ତ ସୂତ୍ର ଗାନ୍ଧୀ ବିଚାରରେ ରହିଥିବାରୁ ଗାନ୍ଧିଜୀଙ୍କୁ ଅଧିକରୁ ଅଧିକ ପଢିବାର ଆବଶ୍ୟକତା ରହିଛି ବୋଲି ୧୫୭ ତମ ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ସମାରୋହ ଓ ପୁରସ୍କାର ବିତରଣ ସଭାରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଗାନ୍ଧୀ ଭବନରେ ଆୟୋଜିତ ଉତ୍ସବରେ ଅତିଥିମାନେ ଏହା କହିଛନ୍ତି । ଜିଲାର ୯ ଗୋଟି ବ୍ଲକ ଓ ଦୁଇଟି ପୌରାଂଚଳର ୫୫ଟି ଉଚ୍ଚ ବିଦ୍ୟାଳୟରେ ସଂଗଠନ ପକ୍ଷରୁ ପୂର୍ବରୁ ଅନୁଷ୍ଠିତ ଗାନ୍ଧୀ କୁଇଜ୍ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣ ସଭାରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରାଧ୍ୟାପକ ଚିତରଞ୍ଜନ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଡେରାବିଶ ମଣ୍ଡଳ ଶିକ୍ଷା ଅଧିକାରୀ ମଦନ ମୋହନ କର, ପ୍ରାଧ୍ୟାପକ ମୋହନ ଚରଣ ଜେନା, ଡ. ଶରତ ଚନ୍ଦ୍ର ସ୍ୱାଇଁ ଓ ଅଧ୍ୟାପକ ଅଜୟ ସାମଲ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ ।

ସଂଗଠନର ଜିଲା ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ସଭାପତିତ୍ୱରେ ସମ୍ପାଦକ ଆଦିକନ୍ଦ ରାଉଳ କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ଜ୍ଞାପନ କରିଥିବା ବେଳେ ରବୀନ୍ଦ୍ର ପ୍ରସାଦ ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଏବଂ ଅବଧୂତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ମହେନ୍ଦ୍ର କୁମାର ପଟ୍ଟନାୟକ, ନିରୁପମା ଦାସ ଓ ସରୋଜକାନ୍ତ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅବସରପ୍ରାପ୍ତ ଅଧ୍ୟକ୍ଷ ରଞ୍ଜିତ କୁମାର ସାହୁ, ନରୋତମ ପାର୍ଥସାରଥୀ, ମୁକ୍ତାର ଖାଁ, ନୃସିଂହ ଚରଣ ତ୍ରିପାଠୀ, ଶରତ କୁମାର ରାଉତ, ମନୋରଞ୍ଜନ ତ୍ରିପାଠୀ, ରାଜେନ୍ଦ୍ର ମହାପାତ୍ର, ଦେବାଶିଷ ପ୍ରଧାନ, ଅଭୟ କୁମାର ସ୍ୱାଇଁ, ପଦ୍ମନାଭ ଦାସ ପ୍ରମୁଖ ବହୁ ବିଶିଷ୍ଟବ୍ୟକ୍ତି, ଶିକ୍ଷକ ଓ ଛାତ୍ରାଭିଭାବକମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *