ଗରଦପୁର,୩୧/୦୫/୨୦୨୬ (ଓଡ଼ିଶା ସମାଚାର)-କୁଦାନଗରୀ ଥାନା ଅନ୍ତର୍ଗତ ସାନ ଅଢ଼ଙ୍ଗା ଗ୍ରାମର ସାଲୁକା ମାଝୀ (୨୨) ଙ୍କର ନିକଟସ୍ଥ ଗଦାଧର ପିଠ ର ଚିତ୍ରୋତ୍ପଳା ନଦୀ ପଠାରେ ବଜ୍ରାଘାତ ରେ ମୃତ୍ୟୁ ହୋଇଛି । ଚିତ୍ରୋତ୍ପଳା ନଦୀ ତଟରେ ସାଲୁକାର ବାପା ଦୁଷ୍ମନ୍ତ ମଇଁସି ଚରାଉଥିଲେ । ସାଲୁକା ବାପାଙ୍କ ପାଇଁ ଅପରାହ୍ନ ୩ ଟା ସମୟରେ ଭାତ ନେଇ ଖାଇବାକୁ ଦେବାକୁ ଯାଉଥିଲେ ।
ଏହି ସମୟରେ କାଳ ବୈଶାଖି ମାଡ଼ି ଆସିଥିଲା । ଘନ ଘନ ବଜ୍ରପାତ ହୋଇଥିଲା । ବାପାଙ୍କ ନିକଟରେ ପହଂଚିବାକୁ ଆଉ ଅଳ୍ପ ବାଟ ବାକି ଥିଲା । ବଜ୍ରପାତ ରେ ସାଲୁକା ଟଳିପଡ଼ିଥିଲେ । ଅନତି ଦୂରର ଥିବା ବାପା ଦୁଷ୍ମନ୍ତ ଆସି ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରିଥିଲେ । ୧୦୮ ଆମ୍ବୁଲାନ୍ସ ଯୋଗେ ପାଟକୁରା ମେଡ଼ିକାଲ ନିଆଯାଇଥିଲା ହେଲେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ଏ ସମ୍ପର୍କରେ କୁଦାନଗରୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ତାଙ୍କ ଶବ ବ୍ୟବଛେଦ ପାଇଁ କେନ୍ଦ୍ରାପଡ଼ା ପଠାଯାଇଛି ।
