ଏଣିକି ପ୍ରତିଦିନ ଲୋକଙ୍କ ପାଇଁ ଜନ ଅଭିଯୋଗ ଶୁଣାଣୀ ହେବ
କେନ୍ଦ୍ରାପଡ଼ା ,୬/୮/୨୦୨୪ (ଓଡ଼ିଶା ସମାଚାର)- ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକରେ ବିଜେଡ଼ି ଛାଡ଼ି ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ ବିଜେପି ରେ ସାମିଲ ହେଲେ ୪ ସରପଞ୍ଚ, ୩ ସମିତି ସଭ୍ୟା, ୧ ପୂର୍ବତନ ସରପଞ୍ଚ । ବଙ୍ଗାଳପୁର ସରପଞ୍ଚ ଅମୀୟ କୁମାର ଜେନା , ମଧୁ ଶାସନ ସରପଞ୍ଚ ମଞ୍ଜୁଲତା ବେହେରା , କଳାବୁଦା ସରପଞ୍ଚ ପ୍ରଜ୍ଞା ପ୍ରିୟଦର୍ଶିନୀ ଦାସ , ରାମଚନ୍ଦ୍ରପୁର ସରପଞ୍ଚ ନିର୍ମଳା ନାୟକ , ପାଖଡ଼ ସମିତି ସଭ୍ୟା ସୁମିତ୍ରା ସାହୁ , ବଙ୍ଗାଳପୁର ସମିତି ସଭ୍ୟା ମହେଶ୍ୱତା ସାମଲ , ବଡ଼ ବେତେରା ସମିତି ସଭ୍ୟା ଲଷ୍ମୀ ଦାସ , ରାମଚନ୍ଦ୍ରପୁର ପୂର୍ବତନ ସରପଞ୍ଚ ଭରତ ଚନ୍ଦ୍ର ମିଶ୍ର, ବରିଷ୍ଠ ନେତା ବଳରାମ ଦାସ, ଉମେଶ ମହାରଣା, ଗୋବିନ୍ଦ ବେହେରା, ରଶ୍ମି ରଞ୍ଜନ ସ୍ୱାଇଁ ମଧ୍ୟ ବିଜେଡ଼ି ପରିତ୍ୟାଗ କରି ବିଜେପିରେ ସାମିଲ ହେଲେ ।
ଗରଦପୁର ଠାରେ ବ୍ଲକ ବିଜେପି କାର୍ୟ୍ୟାଳୟ ଉଦଘାଟିତ ହୋଇଛି । ଏଣିକି ପ୍ରତିଦିନ ଲୋକଙ୍କ ପାଇଁ ଜନ ଅଭିଯୋଗ ଶୁଣାଣୀ ହେବ ବୋଲି ତେଜେଶ୍ୱର ପରିଡ଼ା କଡିଛନ୍ତି ।