ଯାଜପୁର ବାସୀଙ୍କ ସ୍ୱାର୍ଥ,ସୁରକ୍ଷା, ସ୍ୱାଭିମାନରକ୍ଷା ପାଇଁ ନିର୍ବାଚନ ଲଢ଼ିବେ ସ୍ୱାଧୀନ ପ୍ରାଥୀ ଶିବ କେତନ ମହାନ୍ତି

ଯାଜପୁର, ୦୬/୦୫/୨୦୨୪ (ଓଡ଼ିଶା ସମାଚାର)- ଯାଜପୁର ନିର୍ବାଚନ ମଣ୍ଡଳୀ ଜନସାଧାରଣ ଙ୍କ ସ୍ୱାର୍ଥ, ସୁରକ୍ଷା, ସ୍ୱାଭିମାନ ପାଇଁ ଲଢେଇ ଜାରି ରଖିବେ ଯୁବ ସମାଜସେବୀ ଶିବ କେତନ । ପ୍ରତ୍ୟେକ ଜନ ସାଧାରଣ ଙ୍କ ସୁଖ ଦୁଃଖ ରେ ସହଭାଗିତା ହୋଇ ସଦା ସର୍ବଦା କାର୍ୟ୍ୟ କରି ସମାଜ ରେ ବୈପ୍ଲବକ ପରିବର୍ତନ ଆଣିବା ଲକ୍ଷ୍ୟ ନେଇ ଯୁବ ସମାଜସେବୀ ଶିବ କେତନ ମହାନ୍ତି ପ୍ରଥମ କରି ରାଜନୈତିକ ମୈଦାନ ରେ ଅବତୀର୍ଣ ହୋଇଛନ୍ତି ।  ଯାଜପୁର ନିର୍ବାଚନ ମଣ୍ଡଳୀ ରୁ ସ୍ୱାଧୀନ ପ୍ରାଥୀ ଭାବେ ନିକଟରେ ନାମାଙ୍କନ ପତ୍ର ଦାଖଲ କରିବେ । ଏହି ପରିପ୍ରେକ୍ଷୀରେ    ଜଗତଜନନୀ ମା ବିରଜା ଙ୍କୁ ଦର୍ଶନ କରି ଆଶିର୍ବାଦ ଲାଭ କରିବା ସହିତ ହଜାର ହଜାର ସମର୍ଥକ ମାନଙ୍କ ଦ୍ଵାରା ଯାଜପୁର ଅଞ୍ଚଳ ର ପଣସା ପଂଚାୟତ ଠାରୁ  ବାଜା ବାଣ ରୋଷଣୀ  ର ଆୟୋଜନ କରି ରୋଡ଼ ସୋ ମାଧ୍ୟମରେ  ଦୀର୍ଘ ପନ୍ଦର କିଲୋମିଟର ବଜାର ପରିକ୍ରମା କରି ନିଜର ଶକ୍ତି ପଦର୍ଶନ କରିବେ ।

Leave a Reply

Your email address will not be published. Required fields are marked *